ସାଂଘାଇ: ଚୀନ୍ର ଏକ ସରକାରୀ ବ୍ୟାଙ୍କ ପକ୍ଷରୁ ମାନବ ବିହୀନ ବ୍ୟାଙ୍କ ଖୋଲାଯାଇଛି। ଏଥିରେ କୌଣସି କର୍ମଚାରୀ ନାହାଁନ୍ତି। କିନ୍ତୁ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇ ଦିଆଯାଉଛି। ଲୋକଙ୍କୁ ସ୍ୱୟଂକ୍ରିୟ ସେବା ଯୋଗାଇ ଦେବା ପାଇଁ ଏହି ବ୍ୟାଙ୍କ ଶାଖାରେ ଫେସିଆଲ୍ ସ୍କାନିଂ ସଫ୍ଟଓୟାର, ଭର୍ଚୁଆଲ ରିଅଲିଟି ରୁମ୍, ହୋଲୋଗ୍ରାମ ମେସିନ୍, କଥାକୁହା ରୋବଟ୍ ଏବଂ ଟଚ୍ସ୍କ୍ରିନ୍ ମେସିନ୍ ଆଦି ରହିଛି। ଲୋକମାନେ ଏଠାରେ ଇଲେକ୍ଟ୍ରିକ୍ ବିଲ୍ ଭଳି ୟୁଟିଲିଟି ବିଲ୍ ସମେତ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଫି ଦାଖଲ କରାଯାଇ ପାରୁଛି। କେନ୍ଦ୍ରୀୟ ସାଂଘାଇର ହୁଆଙ୍ଗପୁ ଜିଲ୍ଲାରେ ଏହି ଶାଖା ଗତ ସପ୍ତାହରେ ଖୋଲାଯାଇଛି। ଏହାକୁ ଚୀନ୍ର ପ୍ରଥମ ମାନବ ବିହୀନ ବ୍ୟାଙ୍କ ଆଖ୍ୟା ଦିଆଯାଇଛି। ବେଜିଂ ଭିତ୍ତି ଚୀନ୍ କନ୍ଷ୍ଟ୍ରକସନ ବ୍ୟାଙ୍କ (ସିସିବି) ପକ୍ଷରୁ ଏହି ଶାଖା ଲୋକଙ୍କୁ ହାଇଟେକ୍ ବ୍ୟାଙ୍କିଂ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଥିବା କୁହାଯାଉଛି। ବ୍ୟାଙ୍କା ଶାଖା ସମ୍ମୁଖରେ ରହିଥିବା ରୋବଟ୍ଟି ଗ୍ରାହକଙ୍କୁ ସ୍ୱାଗତ କରିବା ସହିତ ଭଏସ୍ ରିକଗ୍ନିସନ୍ ସିଷ୍ଟମ୍କୁ ବ୍ୟବହାର କରି ବିଭିନ୍ନ ପ୍ରଶ୍ନର ଉତ୍ତର ଗ୍ରାହକଙ୍କୁ ଦେଉଛି। ବ୍ୟାଙ୍କ ଭିତରେ ପ୍ରବେଶ କରିବାକୁ ହେଲେ ଗ୍ରାହକଙ୍କୁ ସରକାର ପ୍ରଦାନ କରିଥିବା ଜାତୀୟ ପରିଚୟପତ୍ର କାର୍ଡକୁ ସ୍ୱାଇପ୍ କରିବା କିମ୍ବା ବ୍ୟାଙ୍କର ମୁଖମଣ୍ଡଳ ଚିହ୍ନଟ ଡିଭାଇସ୍ରେ ମୁଖମଣ୍ଡଳକୁ ସ୍କାନ୍ କରିବାକୁ ପଡ଼ୁଛି। ବ୍ୟାଙ୍କ ଭିତରେ ଥିବା ମେସିନ୍ ଗୁଡ଼ିକ ଗ୍ରାହକଙ୍କୁ ସୁନା କିଣିବା, ମୁଦ୍ରା ପରିବର୍ତନ କରିବା ଏବଂ ନିବେଶ ଆଦି ସେବା ଯୋଗାଇ ଦେଉଛି। ତେବେ ବ୍ୟାଙ୍କ ଶାଖାଟି ସମ୍ପୂର୍ଣ୍ଣ ଭାବେ ମାନବ ବିହୀନ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ। ନିରାପତ୍ତା ରକ୍ଷୀମାନେ ମଧ୍ୟ ଏଠାରେ ରହିଛନ୍ତି। ଭିଆଇପି ଗ୍ରାହକଙ୍କୁ ଆବଶ୍ୟକ ହେଲେ ସେବା ଯୋଗାଇ ଦେବା ପାଇଁ ନିକଟରେ ଏକ ରୁମ୍ରେ କର୍ମଚାରୀମାନେ ମଧ୍ୟ ରହିଛନ୍ତି।
ବିନା ମଣିଷରେ ଚାଲିଛି ବ୍ୟାଙ୍କ
/sambad/media/post_attachments/wp-content/uploads/2018/04/download-69.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)