ମୁମ୍ବାଇ: ଅନ୍ଲାଇନ୍ ସପିଂ ଆଜିକାଲିକା ସମୟ ପାଇଁ ଏକ ସାଧାରଣ କଥା ପାଲଟିଗଲାଣି। ଘରେ ବସି ଜିନିଷ ବରାଦ ଦେଲେ ଜିନିଷ ସିଧା ଆସି ପହଞ୍ଚିଯାଏ। କିଛି କିଛି ଦାମୀ ଜିନିଷରେ ଓପନ୍ ବକ୍ସ ଡେଲିଭରି ରହୁଥିଲେ ବି କିଛି ଜିନିଷରେ ସେପରି ସୁବିଧା ନାହିଁ। ସେହି କାରଣରୁ ବେଳେ ବେଳେ ଗ୍ରାହକ ଠକାମୀର ଶିକାର ହୋଇଥାନ୍ତି।
ଆମାଜନ୍ ହେଉଛି ଏକ ଲୋକପ୍ରିୟ ଇ-କମର୍ସ ସାଇଟ୍। ଯାହାକି ଭାରତ ସମତେ ଦୁନିଆର ଅନେକ ଦେଶରେ ସେବା ଯୋଗାଇ ଆସୁଛି। ହେଲେ ଏବେ ଜଣେ ମହିଳା ଆମାଜନ୍ରୁ ମିଳିଥିବା ଏକ ହେଲିଭରି ବକ୍ସରୁ ଝିଟିପିଟି ପାଇବା କଥା ଚର୍ଚ୍ଚା ବିଷୟ ପାଲଟିଛି।
ମହିଳା ଜଣକ ଅନ୍ଲାଇନ୍ ସପିଂ ସାଇଟ୍ ଆମାଜନ୍ରୁ ଏକ ଏୟାର୍ ଫ୍ରାୟର ବରାଦ ଦେଇଥିଲେ। ମାତ୍ର ଯେତେବେଳେ ସେ ବକ୍ସ ଖୋଲିଲେ ତ ତାହା ଭିତରେ ସେ ଝିଟିପିଟି ଦେଖିଲେ। ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ସୋଫିଆ ସେରୋନା ନାମକ ଜଣେ ମହିଳା ଏକ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି, ‘‘ଆମାଜନ୍ରୁ ଏୟାର୍ ଫ୍ରାୟର ବରାଦ କରିଥିଲି ମାତ୍ର ମୋତେ ଏହା ମିଳିଲା। ତା’ପରେ ସେ ଆହୁରି ବି ଲେଖିଛନ୍ତି କି ମୋତେ ଜଣାନାହିଁ ଏହା ଆମାଜନ୍ର ଭୁଲ୍ ନା କୋରିୟର୍ ଟିମ୍ର। ଏହାପରେ ଆମାଜନ୍ ମହିଳାଙ୍କ ପୋଷ୍ଟ୍ରେ ରିପ୍ଳାଏ କରିଛି। ପୋଷ୍ଟ୍ରେ ଇ-କମର୍ସ ସାଇଟ୍ କ୍ଷମା ମାଗିବା ସହ ମହିଳାଙ୍କୁ ପୂରା ସାହାଯ୍ୟ କରିବ ବୋଲି କହିଛି।