ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ୍ ଦେଖିବାକୁ ମିଳିଥାଏ। ନିକଟରେ ସେୟାର୍ ହୋଇଥିବା ଏକ ଟ୍ବିଟର୍ ପୋଷ୍ଟକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମହିଳା ଜଣକ ବିମାନବନ୍ଦରରେ କିଣିଥିବା ଏକ ପ୍ଲେଟ୍ ମସାଲା ମ୍ୟାଗି ନୁଡୁଲ୍ସର ବିଲ୍ର ଚିତ୍ର ପୋଷ୍ଟ କରିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଆପଣ ଅଧିକାଂଶ ସ୍ଥାନରେ ମ୍ୟାଗି ପ୍ଲେଟ୍କୁ ୨୦, ୩୦ କିମ୍ବା ୫୦ ଟଙ୍କା ଦେଇ କଣିଥିବେ। ହେଲେ ଟ୍ବିଟର୍ରେ ପୋଷ୍ଟ୍ ହୋଇଥିବା ବିଲ୍ରେ ମ୍ୟାଗି ପ୍ଲେଟ୍ର ଦର ୧୯୩ ଟଙ୍କା ଉଲ୍ଲେଖ କରାଯାଇଛି।
I just bought Maggi for ₹193 at the airport
And I don’t know how to react, why would anyone sell something like Maggi at such an inflated price 🥲 pic.twitter.com/oNEgryZIxx
— Sejal Sud (@SejalSud) July 16, 2023
ସେଜଲ୍ ସୁଦ୍ ନାମ୍ନୀ ମହିଳା ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ବିମାନ ବନ୍ଦରରେ ମାଗି ୧୯୩ ଟଙ୍କାରେ କିଣିଛି। ମୁଁ କିପରି ପ୍ରତିକ୍ରିୟା ରଖିବି ଜାଣି ପାରୁନାହିଁ। ମ୍ୟାଗିକୁ ଜଣେ ଏତେ ଟଙ୍କାରେ କିପରି ବିକି ପାରିବ?’
ଏହି ପୋଷ୍ଟ୍ରେ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ କମେଣ୍ଟ୍ ଦେଇଛନ୍ତି, ‘ମୁଁ ଯାହା ଭାବୁଛି ଏହି ମ୍ୟାଗି ବୋଧହୁଏ ବିମାନ ଇନ୍ଧନରେ ତିଆରି ହୋଇଛି।’ ଅନ୍ୟଜଣେ ଲେଖିଛନ୍ତି, ‘ହେଲେ ବି ବିମାନବନ୍ଦରରେ ଖାଇବା ପାଇଁ ଏହା ସବୁଠାରୁ ଭଲ ଖାଦ୍ୟ।’ ଇଣ୍ଡିଗୋ ବିମାନରେ ଏହା ୨୫୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି।