ବିମାନ କର୍ମଚାରୀଙ୍କୁ ଥାପଡ଼ ମାରିଲେ ମହିଳା, ତଦନ୍ତ ଦାବି

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଜଣେ ଯାତ୍ରୀ ଏୟାର୍‌ ଇଣ୍ଡିଆ ବିମାନ କର୍ମଚାରୀଙ୍କୁ ଥାପଡ଼ ମାରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଥିବା ମହିଳା ଜଣକ କାଉଣ୍ଟରକୁ ବିଳମ୍ବରେ ଆସିଥିଲେ। ସେତେବେଳକୁ ବିମାନଟି ଛାଡ଼ ସାରିଥିଲା। ଏ ନେଇ ମହିଳାଙ୍କର ଡିଉଟି ମ୍ୟାନେଜର୍‌ଙ୍କ ସହ ଯୁକ୍ତିି ହୋଇଥିଲା। ତେବେ, ଧୀରେ ଧୀରେ ଏହି କଥାକୁ ନେଇ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ବୃଦ୍ଧି ପାଇଥିଲା। ଯୁକ୍ତିତର୍କ ବୃଦ୍ଧି ପାଇବାରୁ ମହିଳା ଜଣକ କର୍ମଚାରୀଙ୍କୁ ଏକ ଥାପଡ଼ ମାରିଥିଲେ। ଏହି ଘଟଣାର ଏବେ ତଦନ୍ତ ଦାବି ହୋଇଛି।

ସମ୍ବନ୍ଧିତ ଖବର