ମୁମ୍ବାଇ : ଚଳିତବର୍ଷ ଠକେଇ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୋଟିଏ ସରକାରୀ ଓ ଦୁଇଟି ଘରୋଇ ବ୍ୟାଙ୍କର ମୁଖ୍ୟମାନେ ବେଶ୍ ହଟହଟା ହୋଇଛନ୍ତି। ଚଳିତବର୍ଷ ପିଏନ୍ବିରୁ ନିରବ ମୋଦୀଙ୍କ ଠକେଇ ଘଟଣା ପଦାକୁ ଆସିବା ପରେ ସିବିଆଇ ଆହ୍ଲାବାଦ ବ୍ୟାଙ୍କ ମୁଖ୍ୟ ଉଷା ଅନନ୍ତସୁବ୍ରମଣ୍ୟନ୍ଙ୍କୁ ଅଭିଯୁକ୍ତ ଦର୍ଶାଇବା ସହିତ ତାଙ୍କ ନାମରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି। ଏହି ମାମଲାରେ ସରକାର ପ୍ରଥମେ ତାଙ୍କଠାରୁ କ୍ଷମତା କାଢ଼ି ନେବା ସହିତ ପରେ ତାଙ୍କୁ ପଦରୁ ବିଦା କରିଛନ୍ତି।
/sambad/media/post_attachments/wp-content/uploads/2018/12/dc-Cover-k3glo181mhrr1iuhbr1uhk48q3-20180819232731.Medi_-300x168.jpeg)
ସେହିଭଳି ଘରୋଇ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମଡି ଚନ୍ଦା କୋଚ୍ଚରଙ୍କ ପାଇଁ ମଧ୍ୟ ଚଳିତବର୍ଷ ଭଲ ନଥିଲା। ଭିଡିଓକନ୍ ଗ୍ରୁପକୁ ଋଣ ପ୍ରଦାନ କରିବା ମାମଲାରେ ସେ ବିବାଦୀୟ ହୋଇ ପଡ଼ିଥିଲେ। ସ୍ବାମୀ ଦୀପକ କୋଚ୍ଚରକୁ ଭିଡିଓକନ୍ କମ୍ପାନି ଲାଭ ପହଞ୍ଚାଇଥିବା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଯଦିଓ ଚନ୍ଦାଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କ ବୋର୍ଡ ଆଗେଇ ଆସିଥିଲା କିନ୍ତୁ ଏହାର କିଛିଦିନ ପରେ ଚନ୍ଦା ତାଙ୍କ ଆଡ଼ୁ ପଦରୁ ଓହରି ଯାଇଥିଲେ।
ସେହିଭଳି ଏକ୍ସିସ ବ୍ୟାଙ୍କ ମୁଖ୍ୟ ଶିଖା ଶର୍ମାଙ୍କ ପାଇଁ ମଧ୍ୟ ୨୦୧୮ ଭଲ ବର୍ଷ ନ ଥିଲା। ଜୁନରେ ବ୍ୟାଙ୍କର ବୋର୍ଡ ତାଙ୍କର କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରିଥିଲାବେଳେ ରିଜର୍ଭ ବ୍ୟାଙ୍କ ଏହା ଉପରେ ଆପତ୍ତି ଉଠାଇଥିଲା। ତାଙ୍କ କାର୍ଯ୍ୟକାଳକୁ ଚଳିତବର୍ଷ ଡିସେମ୍ବର ମଧ୍ୟରେ ଶେଷ କରିବାକୁ ରିଜର୍ଭ ବ୍ୟାଙ୍କ କହିବା ପରେ ତାଙ୍କୁ ମଧ୍ୟ ଏକ୍ସିସ ବ୍ୟାଙ୍କରୁ ବିଦାୟ ନେବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/ceo.jpg)