ଭୁବନେଶ୍ୱର,: ଫେସନ୍ର ପରିଭାଷା ଦିନକୁ ଦିନ ବ୍ୟାପକ ହେଉଛି। ବିଶେଷକରି ପୋଷାକ କ୍ଷେତ୍ରରେ ଫେସନ୍ର ପ୍ରଭାବ ଯୁବ, ଉଚ୍ଚଶିକ୍ଷିତା ଓ କର୍ମଜୀବୀ ମହିଳାଙ୍କ ଉପରେ ଅଧିକ ମାତ୍ରାରେ ପଡ଼ିଛି। ଯୋଗାଯୋଗ ବ୍ୟବସ୍ଥାର କ୍ଷୀପ୍ରତା ଯୋଗୁ ଆଜି ଯାହା ଆମେରିକା ବା ୟୁରୋପ ବଜାରରେ ଉପଲବ୍ଧ ହେଉଛି ଭାରତ ବା ଭୁବନେଶ୍ୱର ବଜାରରେ ତାହାକୁ ପାଇବା ପାଇଁ ଆଉ ବର୍ଷାଧିକ କାଳ ଅପେକ୍ଷା କରିବାକୁ ପଡ଼ୁନାହିଁ। ଖୁବ୍ କମ୍ ଦିନ ମଧ୍ୟରେ ନୂଆ ନୂଆ ଡିଜାଇନ୍, ମ୍ୟାଟେରିଆଲ୍ ଏବଂ ଷ୍ଟାଇଲ୍ର ପୋଷାକ ମହିଳାମାନେ ସେମାନଙ୍କ ହାତ ପାଆନ୍ତାରେ ପାଇ ପାରୁଛନ୍ତି। ଏଥିସହିତ ଲୋକଙ୍କ ଆୟ ବୃଦ୍ଧି ସହିତ ମହିଳାମାନେ ଚାକିରି କରି ସ୍ୱାବଲମ୍ବୀ ହୋଇ ପାରିଥିବାରୁ ଫେସନ ସାମଗ୍ରୀ କିଣିବା ବା ପିନ୍ଧିବା ସେମାନଙ୍କ ପାଇଁ ଆଉ କଷ୍ଟକର ବ୍ୟାପାର ହୋଇ ରହିନାହିଁ। ଏଥିଯୋଗୁଁ ସୋ’ରୁମ୍ ଗୁଡ଼ିକରେ ସବୁ ସମୟରେ ନୂଆ ନୂଆ ଭେରାଇଟି ପୋଷାକ ଭରପୂର ହୋଇ ରହୁଛି। ଫଳରେ ନୂଆ ନୂଆ ଷ୍ଟାଇଲ୍ର ପୋଷାକ ପିନ୍ଧି ମହିଳାମାନେ ବଜାରରେ ଗୋଟିଏ ଲେଖାଏଁ ଟ୍ରେଣ୍ଡ୍ ସୃଷ୍ଟି ଦେଉଛନ୍ତି। ଭୁବନେଶ୍ୱର ତଥା ଓଡ଼ିଶାର ମହିଳାମାନଙ୍କ ପାଇଁ ଏବେ ଉପଲବ୍ଧ ହେଉଥିବା ଫେସନ୍ ପୋଷାକ, ସେଗୁଡ଼ିକର ମୂଲ୍ୟ, ବଜାର ଆକାର ଆଦିକୁ ନେଇ ଆମର ଏହି ବିଶେଷ ଉପସ୍ଥାପନା...
ଓଡ଼ିଶାରେ ମଧ୍ୟ ଅନ୍ଲାଇନ୍ରେ ମହିଳାମାନେ ପୋଷାକ କିଣୁଛନ୍ତି। କିନ୍ତୁ ମୋଟ ବିକ୍ରିରେ ଏହାର ଅଂଶ ୧୦ ପ୍ରତିଶତ ମଧ୍ୟରେ ରହିବ ବୋଲି ବ୍ୟବସାୟୀମାନେ ମତ ଦିଅନ୍ତି। ଏତଦ୍ବ୍ୟତୀତ ୯୦ ପ୍ରତିଶତ ବିକ୍ରି ଅଫ୍ଲାଇନ୍ରେ ହୋଇଥାଏ। ସାଧାରଣତଃ ଅଫର ସମୟରେ ମହିଳାମାନେ ଅନ୍ଲାଇନ୍ ମାଧ୍ୟମରେ ପୋଷାକ କ୍ରୟ କରିବାକୁ ପସନ୍ଦ କରିଥାନ୍ତି। ଏତଦ୍ବ୍ୟତୀତ ଯେଉଁ ପୋଷାକ ଅଫ୍ଲାଇନ୍ ମିଳେ ନାହିଁ ସେଗୁଡ଼ିକ ମହିଳାମାନେ ଅନ୍ଲାଇନ୍ରେ କିଣିଥାନ୍ତି ବୋଲି ଓଡ଼ିଶା ଗାର୍ମେଟ ଆସୋସିଏସ୍ନର ସମ୍ପାଦକ ଅବିନାଶ ଛାପୋଲିଆ କୁହନ୍ତି।
ଭୁବନେଶ୍ୱରରେ ମହିଳାଙ୍କ ପାଇ ଫେସନ୍ ପୋଷାକ ପ୍ରମୁଖ ସୋରୁମ୍ ଗୁଡ଼ିକରେ ପ୍ରାୟତଃ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଟି-ସାର୍ଟର ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହୋଇ ୧୪୯୯ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ଟପ୍ସ ମୂଲ୍ୟ ୭୯୯ ଟଙ୍କାରୁ ୫୦୦୦ ଟଙ୍କା, ଡେନିମ୍ ୧୪୯୯ ଟଙ୍କାରୁ ୩୬୯୯ ଟଙ୍କା ଏବଂ ଗାଉନ୍ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି।
ଏଥ୍ନିକ୍ ସହିତ େଓ୍ଵଷ୍ଟର୍ଣ୍ଣ
ରାଜ୍ୟର ମହିଳାମାନେ ସାଧାରଣତଃ ଏଥ୍ନିକ୍ ଓ େଓ୍ଵଷ୍ଟର୍ଣ୍ଣ ଷ୍ଟାଇଲ୍ର ପୋଷାକକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ବ୍ୟବସାୟୀମାନେ ମତ ଦିଅନ୍ତି। ଏଥିସହିତ ଫର୍ମାଲ, କାଜୁଆଲ, ଆଡଭେଞ୍ଚରସ୍, ଭୁବନେଶ୍ୱର ଜନପଥରେ ଥିବା ଫେସନ୍ ବିଗ୍ ବଜାରର ଷ୍ଟୋର୍ ମ୍ୟାନେଜର ଜନାର୍ଦ୍ଦନ ପଣ୍ଡା କୁହନ୍ତି, ଆମେ ବର୍ଷକୁ ସାଧାରଣତଃ ପାଣିପାଗ ଓ ସମୟକୁ ଦେଖି ଦୁଇଟି କଲେକ୍ସନ ଆଣିଥାଉ। ସେଥରୁ ଗୋଟିଏ ହେଲ ଅଟମ୍ ଓ୍ଵିଣ୍ଟର ଓ ଅନ୍ୟଟି ହେଲା ସ୍ପି୍ରିଙ୍ଗ୍ ସମର୍। ଏବେ ସ୍ପି୍ରିଙ୍ଗ୍ ସମର ଋତୁ ଆରମ୍ଭ ହୋଇଥିବାରୁ ଗଛପତ୍ର ଗୁଡ଼ିକ ସାଧାରଣତଃ ପତ୍ରଝଡ଼ା ଦିଅନ୍ତି। ଏହି ଚିନ୍ତାଧାରାକୁ ପ୍ରତିଫଳିତ କରିବା ପାଇଁ ପ୍ରିଣ୍ଟ୍ର ପୋଷାକ ମହିଳାଙ୍କ ପାଇଁ ଆଣିଛୁ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/exclusive-2.jpg)