ଭୁବନେଶ୍ବର: ପଟିଆର ଏକ ଘରୋଇ ହୋଟେଲ୍‌ରେ ୩ ଦିନିଆ ୱାଣ୍ଡର୍‌ ଫେଷ୍ଟ୍‌ ୨୦୨୫କୁ ବାଚସ୍ପତି ସୁରମା ପାଢୀ ଉଦ୍‌ଘାଟନ କରିଛନ୍ତି। ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ,  ଏମ୍ଏସ୍‌ଏମ୍‌ଇ-ଡିଏଫ୍‌ଓ ଯୁଗ୍ମ ସଚିବ ପି କେ ଗୁପ୍ତା, ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ କମଲ୍‌ଜିତ ଦାସ, ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ଓସ୍‌ମିର ମହାସଚିବ ସାତ୍ୱିକ ସ୍ୱାଇଁ, ଯୁଗ୍ମ ସଚିବ ଆଦିକନ୍ଧ ରାଉତ, ମହିଳା ଶାଖା ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାନ୍ତି ଓ ଖୋର୍ଦ୍ଧା ଶାଖା ସଭାପତି ପ୍ରତିଶ୍ରୁତି ଜେନା ଉପସ୍ଥିତ ଥିଲେ।

Advertisment

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲକି ସରକାର ଗଠନ ପରେ ୩୭୬ରୁ ଅଧିକ ଷ୍ଟାର୍ଟଅପ୍‌କୁ ସମର୍ଥନ ଦିଆଯାଇଥିବା ଉପରେ ଆଲୋକପାତ କରିଥିଲେ। ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଏମ୍‌ଏସ୍‌ଏମ୍‌ଇ ପାର୍କ ଖୋଲିବା ବିଷୟରେ ବିଚାର କରାଯାଉଥିବା କହିଥିଲେ। ୱାଣ୍ଡର୍‌ ଫେଷ୍ଟ ୨୦୨୫ ବ୍ୟବସାୟ ନେଟ୍‌ୱାର୍କିଂ, ସାଂସ୍କୃତିକ ପ୍ରଦର୍ଶନୀ ଏବଂ ଭାବ ବିନିମୟ ଅଧିବେଶନର ପ୍ରତିଶ୍ରୁତି ଦେଉଛି। ଏହା ଓଡ଼ିଶା ଏବଂ ବାହାରେ ଏମ୍‌ଏସ୍‌ଏମ୍‌ଇ, ମହିଳା ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି କରିବ।