ଭୁବନେଶ୍ୱର : ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ (ଆମୋଦ ପ୍ରମୋଦ) ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ ଓଡ଼ିଶାକୁ ଆସିଛି । ଏହି ଆମ୍ୟୁଜମେଣ୍ଟ ପାର୍କ ଖୋର୍ଦ୍ଧା ନିକଟସ୍ଥ କୁମ୍ଭାରବସ୍ତରେ ଆସନ୍ତା ୨୪ ତାରିଖରେ ଉଦଘାଟନ ହେବ । ଏହା ୱଣ୍ଡେର୍ଲାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ ଚତୁର୍ଥ ପାର୍କ । ଏହି ପାର୍କରେ ୨୧ରୁ ଅଧିକ ଆନନ୍ଦଦାୟକ ଶୁଷ୍କ ଓ ଆର୍ଦ୍ର (ଡ୍ରାଏ ଆଣ୍ଡ ୱେଟ୍‌) ରାଇଡ୍‌ ପ୍ରଦର୍ଶିତ କରାଯାଉଛି । ଏ ସଂପର୍କରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିଟ୍ଟିଲାପ୍ପିଲେ କହିଛନ୍ତି ଯେ ଏହି ପ୍ରକଳ୍ପରେ କମ୍ପାନି ୧୯୦ କୋଟିର ପୁଞ୍ଜିନିବେଶ କରିଛି ଓ ଏଥିରେ ୪୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ଆଗାମୀ ଦିନରେ ଗୋଆ, ପଞ୍ଜାବ, ଗୁଜରାଟ ଆଦି ରାଜ୍ୟରେ ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ ପାଇଁ କମ୍ପାନି ଲକ୍ଷ୍ୟ ରଖିଛି । ଚେନ୍ନାଇରେ ୫୦୦ କୋଟି ବିନିଯୋଗରେ ଏକ ନୂଆ ପାର୍କ ସ୍ଥାପନ କରିବାକୁ ଯାଉଛୁ ବୋଲି ସେ କହିଛନ୍ତି ।

Advertisment

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦ୍ବାରା ଅନୁପ୍ରାଣିତ ହୋଇ ଡିଜାଇନ କରାଯାଇଥିବା ୱଣ୍ଡେର୍ଲା ଭୁବନେଶ୍ୱର ୫୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଓଡ଼ିଶା ସରକାର ଏହି କମ୍ପାନିର ଏହି ଜମି ୯୦ ବର୍ଷିଆ ଲିଜରେ ପ୍ରଦାନ କରିଛନ୍ତି ।

publive-image