ଭୁବନେଶ୍ବର: ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କ ୟୁନିୟନର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କ ମିଶ୍ରଣକୁ ତୀବ୍ର ବିରୋଧ କରାଯାଇଛି। ଆଗାମୀ ଦିନରେ ଏଆଇବିଇଏର ଡାକରାରେ ମିଶ୍ରଣ ବିରୋଧରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ପାଇଁ କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଅଲ୍ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲଇଜ୍ ଆସୋସିଏସନ(ଏଓବିଇଏ)ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଯୋଗଦେଇ ବ୍ୟାଙ୍କ ମିଶ୍ରଣ ସାଧାରଣ ଲୋକଙ୍କ ସ୍ବାର୍ଥ ବିରୋଧୀ। ବ୍ୟାଙ୍କମାନଙ୍କରେ ଦେଖାଦେଇଥିବା ମୂଳ ସମସ୍ୟା ଅନାଦାୟ ଋଣ ପ୍ରସଙ୍ଗରୁ ଜନସାଧାରଣଙ୍କ ଦୃଷ୍ଟି ହଟାଇବା ପାଇଁ ସରକାର ବ୍ୟାଙ୍କ ମିଶ୍ରଣକୁ ପ୍ରାଧାନ୍ୟ ଦେଉଛନ୍ତି। ବ୍ୟାଙ୍କ ମିଶ୍ରଣ ପରେ ଶାଖା ବନ୍ଦ ଓ କର୍ମଚାରୀ ଛଟେଇ ହେବ। ଫଳରେ ବ୍ୟାଙ୍କସେବାରେ ଅବନତି ଦେଖାଦେବ ବୋଲି ସେ କହିଛନ୍ତି।
ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତିକୁ କର୍ମଚାରୀଙ୍କ ବିରୋଧ
/sambad/media/post_attachments/wp-content/uploads/2019/01/bank-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)