ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କର୍ମଶାଳା

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟଠାରେ ଆଜି ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଅଧୀନ ଏମ୍‌ଏସ୍‌ଇ-ସିଡିପି ଓ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମିଳିତଭାବେ କ୍ଲଷ୍ଟର ଡେଭଲପମେଣ୍ଟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌. ଏନ୍‌. ଗୁପ୍ତା ଉଦ୍‌ଘାଟନ କରିଥିଲେ। ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହା ପ୍ରବନ୍ଧକ ବିଭିଜି ରେଡ୍ଡୀ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମହାପ୍ରବନ୍ଧକ ଗୌତମ ଭଟ୍ଟାଚାର୍ଯ୍ୟ ଏବଂ ସୁଧୀର ଥାକୋରେଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ କଟକର ଉପ ନିର୍ଦୋକ ଡ. ସୁକାନ୍ତ କୁମାର ସାହୁ, ଷ୍ଟେଟ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଜି. ସି. ବେହେରା, ଆର. କେ. ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। କର୍ମଶାଳାର ଅତିଥିମାନଙ୍କୁ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଏ. ଏସ. ବରାଳ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର