ନୂଆଦିଲ୍ଲୀ: ଆମେରିକାର ୱାସିଂଟନସ୍ଥିତ ନ୍ୟାସନାଲ ମଲ୍‌ରେ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ବିଶ୍ବ ସଂସ୍କୃତି ପର୍ବ ୨୦୨୩ ଚଳିତମାସ ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି। ୨୯ ତାରିଖରେ ଶ୍ରୀ ଶ୍ରୀ ରବିଶଙ୍କର ଯୋଗଦେଇ ଗୋଟିଏ ବିଶ୍ବ ପରିବାର ଉପରେ ଉଦବୋଧନ ଦେଇଥିଲେ। ଏଥିରେ ୧୭ ହଜାର କଳାକାର, ଅନେକ ଦେଶର ମୁଖ୍ୟ ଏବଂ ୧୦୦ରୁ ଅଧିକ ଦେଶର ଚିନ୍ତାନାୟକମାନେ ଯୋଗଦେଉଛନ୍ତି। ଶିଳ୍ପୀମାନଙ୍କ ଦ୍ବାରା ୫୦ରୁ ଅଧିକ ସାଂସ୍କୃତି କାର୍ଯ୍ୟକ୍ରମ ଏଠାରେ ହେବ।

Advertisment

୧୦୦୦ ସଂଗୀତଜ୍ଞ ଏବଂ ନୃତ୍ୟଶିଳ୍ପୀକୁ ନେଇ ଚୀନର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ, ୭୦୦୦ ନୃତ୍ୟଶିଳ୍ପୀଙ୍କୁ ନେଇ ଗର୍ବା, ୭୦୦ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଦ୍ବାରା ଲାଇଭ ସିମ୍ଫୋନି, ୧୦୦ ୟୁକ୍ରେନୀୟ ନୃତ୍ୟଶିଳ୍ପୀଙ୍କ ଦ୍ବାରା ପାରମ୍ପରିକ ହୋପାକ, ଗ୍ରାମୀ ପୁରସ୍କାର ବିଜେତା ମିକି ଫ୍ରିଙ୍କ ନେତୃତ୍ବରେ ୧୦୦୦ ଗିଟାର ଶିଳ୍ପୀଙ୍କ ପ୍ରଦର୍ଶନ, ସ୍କିପ ମାରଲିଙ୍କ ଦ୍ବାରା ମନୋରଂଜନ ଆଦି କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଜାତିସଂଘର ପୂର୍ବତନ ମୁଖ୍ୟ ବାନ୍‌ କି ମୁନ୍‌, ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ୟୁଏସର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି, ସିନେଟର ରିକ ସ୍କଟ, ନାନ୍ସି ପେଲୋସି, ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁରିନାମର ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଣକୋଇମେରି ମାଥୋଏରା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।