ୱାସିଂଟନ: କରୋନା ପାଇଁ ୨୦୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧.୯ ପ୍ରତିଶତକୁ ହ୍ରାସ ପାଇବ। ତେବେ ଭାରତରେ କେବଳ ଅଭିବୃଦ୍ଧି କମିବ ନାହିଁ ବିଶ୍ବରେ ମାନ୍ଦାବସ୍ଥା ଦେଖାଦେବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) କହିଛି। ୧୯୯୧ ମସିହାଠାରୁ ଭାରତର ଅଭିବୃଦ୍ଧି ସବୁଠୁ ଖରାପ ରହିବ। କିନ୍ତୁ ଆଇଏମଏଫ ଏହାର ଆକଳନରେ ଭାରତକୁ ବିଶ୍ବ ଅର୍ଥନୀତିରେ ଏକ ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ଭାବେ ରଖିଛି। ବିଶ୍ବର ଦୁଇଟି ପ୍ରମୁଖ ଅର୍ଥନୀତିର ଅଭିବୃଦ୍ଧି ସକାରାତ୍ମକ ରହିବ। ସେଥିରୁ ଗୋଟିଏ ଭାରତ ହେବାବେଳେ ଅନ୍ୟଟି ଚୀନ। ଚୀନର ଅଭିବୃଦ୍ଧି ୧.୨ ପ୍ରତିଶତ ରହିବ ବୋଲି ଆଇଏମଏଫ ଆକଳନ କରିଛି।
ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଚଳିତବର୍ଷ -୩ ପ୍ରତିଶତ ରହିବ। ବିଶ୍ବର ସମସ୍ତ ଅଞ୍ଚଳର ଅଭିବୃଦ୍ଧି ଉପରେ କରୋନାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। ୧୯୨୯ରେ ବିଶ୍ବରେ ଦେଖାଦେଇଥିବା ମହା ମାନ୍ଦାବସ୍ଥାର ପ୍ରଭାବ ୧୦ ବର୍ଷ କାଳ ରହିଥିଲା। ଚଳିତବର୍ଷ ଆମେରିକାର ଅଭିବୃଦ୍ଧି -୫.୯ ପ୍ରତିଶତ, ଜାପାନର -୫.୨ ପ୍ରତିଶତ, ବ୍ରିଟେନର -୬.୫ ପ୍ରତିଶତ, ଜର୍ମାନୀର -୭.୦ ପ୍ରତିଶତ, ଫ୍ରାନ୍ସର -୭.୨ ପ୍ରତିଶତ, ଇଟାଲୀର -୦.୧ ପ୍ରତିଶତ, ସ୍ପେନ୍ର -୮.୦ ପ୍ରତିଶତ ରହିବ ବୋଲି ଆଇଏମଏଫ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/GDP-fall.jpg)