ସମ୍‌ ହସ୍ପିଟାଲରେ ବିଶ୍ୱମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର: ସମ୍‌ ହସ୍ପିଟାଲର ସମ୍ମିଳନୀ କକ୍ଷରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ଡିଏମ୍‌ଇଟି ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍‌ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଯୋଗଦେଇ ମାନସିକ ରୋଗର ନିରାକରଣ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ମାନସିକ ସ୍ୱାସ୍ଥ୍ୟ ସଂଗଠନର ସମ୍ପାଦକ ଡା. ପ୍ରଶାନ୍ତ କୁମାର ମହାପାତ୍ର, ଡା. ରତି ରଞ୍ଜନ ସେଠୀ ପ୍ରମୁଖ ମାନସିକ ରୋଗର ନିରାକରଣ ଉପରେ ଆଲୋଚନା କରିଥିଲେ। ଏହି ବୈଠକକୁ ସମ୍‌ ହସ୍ପିଟାଲର ମାନସିକ ରୋଗ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡା. ସୁରଜିତ ସାହୁ ସଂଯୋଜନା କରିଥିଲେ। ଏହି ଅବସରରେ ଏକ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହାକୁ ଡା. ସୌମ୍ୟରଞ୍ଜନ ଦାଶ, ଡା. ଲଗ୍ନଜିତ୍‌ ଦାଶ, ଡା. ସ୍ନେହାଂଶୁ ଦେ, ଡ. ହିରନ୍‌ମୟ ମହାପାତ୍ର ଓ ଡା. ଦେବଦତ୍ତା ମହାପାତ୍ର ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ କ୍ଲିନିକାଲ ସାଇକୋଲୋଜିଷ୍ଟ ସ୍ନେହଲତା ଚୌଧୁରୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର