ନୂଆଦିଲ୍ଲୀ: ସଡ଼କ ନିର୍ମାଣରେ ଭାରତ ବିଶ୍ବ ରେକର୍ଡ ସ୍ଥାପନ କରିଛି। ଚବିଶ ଘଣ୍ଟା ମଧ୍ୟରେ ଚାରି ଲେନ୍ ବିଶିଷ୍ଟ ଅଢ଼େଇ କିମି ରାସ୍ତା ତିଆରି କରିଥିବାରୁ ଭାରତକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ମିଳିଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ର ଠିକାଦାର ପଟେଲ୍ ଇନ୍ଫ୍ରାଷ୍ଟ୍ରକଚର୍ ଲିମିଟେଡ୍ ୨୦୨୧ ଫେବ୍ରୁଆରି ୧ର ସକାଳ ୮ଟାରୁ ଏହି ପ୍ରକଳ୍ପର କାମ ଆରମ୍ଭ କରିଥିଲା ଓ ତା’ ପରଦିନ ସକାଳ ୮ଟା ସୁଦ୍ଧା ଚାରିଟି ଲେନ୍ରେ ୨୫୮୦ ମିଟରର କଙ୍କ୍ରିଟ୍ ରାସ୍ତା ତିଆରି କରିଥିଲା। ଦିଲ୍ଲୀ-ଭଦୋଦରା-ମୁମ୍ବାଇ ୮ ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ୱେରେ ଏହି କାର୍ଯ୍ୟ ହୋଇଥିଲା ବୋଲି ଗଡ଼କରୀ କହିଛନ୍ତି। ସୋଲାପୁର-ବିଜାପୁର ସଡ଼କରେ ୧୮ ଘଣ୍ଟା ଭିତରେ ଏକ ଲେନ୍ ବିଶିଷ୍ଟ ୨୫ କିମି କଙ୍କ୍ରିଟ୍ ରାସ୍ତା ନିର୍ମାଣ କରିବାର ରେକର୍ଡ ମଧ୍ୟ ଭାରତ ନାମରେ ରହିଛି। ଏଥିପାଇଁ ୫୦୦ ଚୁକ୍ତିଭିତ୍ତିକ କର୍ମଚାରୀ କାମ କରିଥିଲେ।
/sambad/media/post_attachments/wp-content/uploads/2021/04/xf49h8f98h7fsh7fh7f9sh798sfhsfhsf.jpg)
ସଡ଼କ ଓ ପରିବହନ ମନ୍ତ୍ରାଳୟ ୨୦୨୦-୨୧ ଆର୍ଥିକ ବର୍ଷରେ ୧୩,୩୯୪ କିମି ରାସ୍ତା ନିର୍ମାଣ କରିଛି। ଦିନକୁ ହାରାହାରି ଭାବେ ୩୭ କିମି ସଡ଼କ ତିଆରି ହୋଇଛି। ଭାରତ ତୁଳନାରେ ଅନ୍ୟ କୌଣସି ଦେଶ ଏଭଳି ସଫଳତା ପାଇନଥିବା ଶ୍ରୀ ଗଡ଼କରୀ କହିଛନ୍ତି। ୨୦୧୪ ଏପ୍ରିଲ୍ ପରଠାରୁ ସଡ଼କ ନିର୍ମାଣ ୫୦% ବୃଦ୍ଧି ପାଇ ୧,୩୭,୬୨୫ କିମିରେ ପହଞ୍ଚିଛି। ଏଥିପାଇଁ ବଜେଟ୍ ଅଟକଳ ମଧ୍ୟ ୫.୫ ଗୁଣା ବୃଦ୍ଧି ପାଇ ୧,୮୩,୧୦୧ କୋଟି ଟଙ୍କା ହୋଇଛି। କୋଭିଡ୍ ମହାମାରୀ ସତ୍ତ୍ବେ ୨୦୨୦-୨୧ରେ ମଞ୍ଜୁର ରାଶି ପରିମାଣ ୧୨୬% ବୃଦ୍ଧି ପାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/37-KM-Road-Constructed-in-a-Day_Thumbnail.jpg)