ଭୁବନେଶ୍ବର : ଅଟୋମେସନ ଶିଳ୍ପରେ ରୋବୋଟିକ୍ସ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ଏବିବି ଇଣ୍ଡିଆ ଲିମିଟେଡ୍ ଏବଂ ୱାର୍ଲଡ୍ ସ୍କିଲ୍ ସେଣ୍ଟର ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବୁଝାମଣା ଅନୁସାରେ ଏବିବି ପକ୍ଷରୁ ସ୍କିଲ ସେଣ୍ଟରକୁ ବିନା ମୂଲ୍ୟରେ ୫୦ ରୋବଟ ଷ୍ଟୁଡିଓ ନେଟ୍ୱର୍କ ଲାଇସେନ୍ସ ଦିଆଯିବ। ତାହାକୁ କେବଳ ପିଲାମାନଙ୍କ ପ୍ରଶିକ୍ଷଣରେ ବ୍ୟବହାର କରାଯିବ। ବାଣିଜ୍ୟକି କାର୍ଯ୍ୟରେ ତାହାକୁ ବ୍ୟବହାର କରାଯାଇପାରିବ ନାହିଁ। ଟ୍ରେନ୍ ଦି ଟ୍ରେନର୍ କାର୍ଯ୍ୟକ୍ରମ ଅଧୀନରେ ସ୍କିଲ ସେଣ୍ଟରରୁ ଚୟନ ହୋଇଥିବା ଷ୍ଟାଫ୍ଙ୍କୁ ପ୍ରଶିକ୍ଷଣ ଦିଆଯିବ। ବେଙ୍ଗାଲୁରୁ ସ୍ଥିତି ଏବିବିରେ ସାର୍ଟିଫିକେସନ କୋର୍ସ ପାଇଁ ସେମାନଙ୍କ ଫି’କୁ ଛାଡ଼ କରାଯିବ। କିନ୍ତୁ ସେମାନଙ୍କ ବିମାନ ଟିକଟ, ରହଣୀ ଏବଂ ଅନ୍ୟାନ୍ୟ ଖର୍ଚ ସ୍କିଲ ସେଣ୍ଟର ବହନ କରିବ। ଏହି ଅବସରରେ ଏବିବି ରୋବୋଟିକ୍ସର ଲୋକାଲ ବିଜନେସ୍ ଲାଇନ୍ ମ୍ୟାନେଜର ଜନ୍ ଲିଓ ଇଗ୍ନାଟିଅସ୍, ସ୍କିଲ ସେଣ୍ଟର ସିଇଓ ଅଳକା ଅରୋରା ମିଶ୍ର, ଅଧ୍ୟକ୍ଷ ସଙ୍ଗାରନ୍ ଗୋପାଲ, ନିର୍ଦେଶକ ଚିଓ ଇଙ୍ଗ୍ ଚୁନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ୱାର୍ଲଡ୍ ସ୍କିଲ୍ ସେଣ୍ଟର-ଏବିବି ଇଣ୍ଡିଆ ଏମ୍ଓୟୁ
/sambad/media/post_attachments/wp-content/uploads/2022/11/robotics.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)