ଖୁବ୍‌ ଶୀଘ୍ର ବଜାରକୁ ଆସିବ ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର, ମୂଲ୍ୟ ମାତ୍ର ୭ଟଙ୍କା !

ନୂଆଦିଲ୍ଲୀ: ଆଇବିଏମ୍‌ ସବୁଠାରୁ ଛୋଟ କମ୍ପ୍ୟୁଟର ଖୁବ୍‌ ଶୀଘ୍ର ମାର୍କେଟରେ ପ୍ରବେଶ କରାଇବ ବୋଲି ଯୋଜନା କରୁଛି। କମ୍ପାନି ଆଇବିଏମ୍‌ ଥିଙ୍କ ୨୦୧୮ କନଫରେନ୍ସରେ ଏହି କମ୍ପ୍ୟୁଟର ସମ୍ପର୍କରେ କହିଛନ୍ତି।୧X୧ ମିମିର ଏହି କମ୍ପ୍ୟୁଟର ୫ବର୍ଷ ଭିତରେ ମାର୍କେଟକୁ ଆସିଯିବ ଏବଂ ଏହାର ମୂଲ୍ୟ ମାତ୍ର ୭ଟଙ୍କା ରହିବ ବୋଲି ଜଣାପଡ଼ିଛି।

କମ୍ପାନି ଦାବି କରି କହିଛି, ଏହି ଛୋଟ କମ୍ପ୍ୟୁଟର ମନିଟରିଙ୍ଗ, ଆନ୍‌ାଲାଇଜିଙ୍ଗ, କମ୍ୟୁନିକେଟିଙ୍ଗ ଓ ଡାଟା ଉପରେ କାମ କରିବ। ଆଇବିଏମ ରିସର୍ଚ୍ଚ ୫ଇନ୍‌ ୫ପ୍ରୋଜେକ୍ଟ ଜରିଆରେ ସବୁଠାରୁ ଛୋଟ କମ୍ପ୍ୟୁଟର ସମ୍ପର୍କରେ କହିଛି। ଏହି ଛୋଟିଆ କମ୍ପ୍ୟୁଟରରେ ମେମୋରି, ପ୍ରୋସେସର ଓ ଷ୍ଟୋରେଜର ସମ୍ପୂର୍ଣ୍ଣ ସିଷ୍ଟମ ରହିଛି। ମେମୋରି ପାଇଁ ଏଥିରେ SRAM ଓ ପାଓ୍ଵାର ପାଇଁ ଫଟୋ-େଓ୍ଵଲଟେକ୍‌ ସେଲ ଉପଲବ୍ଧ ରହିଛି। କମ୍ପ୍ୟୁଟର ଏଲଇଡି ଓ ଫଟୋ ଡିଟେକ୍ଟରର ବ୍ୟବହାର କରି ଅପଲିଙ୍କ ଓ ଡାଉନ୍‌ଲିଙ୍କ ସଞ୍ଚାର ପାଇଁ ବି ସକ୍ଷମ ରହିଛି। ଆଇବିଏମ୍‌ ରସର୍ଚ୍ଚ ଟିମ୍‌ ପାଞ୍ଚଟି ଟ୍ୟାକ୍‌ଟିକ୍‌ ଉପରେ କାମ କରୁଛି। ସେଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲାକ୍‌ଚେନ୍‌, ଇନକ୍ରିପସନ୍‌ ଓ ଇଣ୍ଟରନେଟ ଅଫ ଥିଙ୍କସ୍‌ ଉପରେ ଆଧାରିତ।

ସମ୍ବନ୍ଧିତ ଖବର