ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ମାତ୍ର ଏକ ସେକେଣ୍ଡରେ ୧୦୦୦ଟି ଏଚଡି ସିନେମା ଡାଉନ୍ଲୋଡ ହୋଇପାରିବ ବୋଲି ଦାବି କରାଯାଉଛି। ନିକଟରେ ଅଷ୍ଟ୍ରେଲିଆ ଗବେଷକଙ୍କୁ ଏମିତି ଏକ .ଟେକନଲଜି ମିଳିଛି ଯାହା ଦ୍ବାରା ଇଣ୍ଟରନେଟ ସ୍ପିଡ ଟିବିପିଏସ୍ରେ ଉପଲବ୍ଧ ହେବ। ଆଗାମୀ ଦିନରେ ଏହା ଦୁନିଆର ସମସ୍ତ ରେକର୍ଡକୁ ଭାଙ୍ଗି ଦେବ ବୋଲି ଦାବି କରାଯାଉଛି। ଏହି ଇଣ୍ଟରନେଟ ସ୍ପିଡ ଏତେ ଦ୍ରୁତ ଯେ ମାତ୍ର ଏକ ମିନିଟ୍ରେ ୪୨ହଜାର ଜିବିରୁ ଅଧିକ ଡାଟା ଡାଉନ୍ଲୋଡ ହୋଇପାରିବ। ଏହି ଟେକନଲଜି ଇଣ୍ଟରନେଟ ସ୍ପିଡରେ ନୂଆ ବିଶ୍ୱ ରେକର୍ଡ କରିଛି, ଯାହା ୪୪.୨ ଟିବିପିଏସ୍ ରହିଛି।
/sambad/media/post_attachments/69f25e5eb2f38dddfad4335d9e3080c2d5ca27e3ef60cc6a23b6f8fff47a86fc.jpg)
ତେବେ ସମ୍ପ୍ରତି ଇଣ୍ଟରନେଟ ସ୍ପିଡ୍ କଥା କହିବାକୁ ଗଲେ ଏକ ମେଗାବାଇଟ୍ରେ ୧୦ଲକ୍ଷ ୟୁନିଟସ୍ ଡିଜିଟାଲ ଇନ୍ଫରମେସନ୍ ରହିଥାଏ। ସେହିପରି ବ୍ରୋଡବ୍ୟାଣ୍ଡର ସଂଯୋଗରେ ୧୦୦ଏମ୍ବିପିଏସ୍ ଟପ୍ ସ୍ପିଡ୍ ମିଳିଥାଏ। ଅର୍ଥାତ ଏକ ସେକେଣ୍ଡରେ ୧୦୦ଏମ୍ବି ଡାଟା ସଂଗ୍ରହ ହୋଇଥାଏ। ମୋବାଇଲ୍ ଡାଟା କିମ୍ବା ତାର ବିହୀନ ସଂଯୋଗରେ ଏହି ସ୍ପିଡ ୧ଏମ୍ବିପିଏସ୍ରୁ ବି କମ୍ ହୋଇଥାଏ। ଯେଉଁ ସ୍ପିଡ୍ ରିସର୍ଚ୍ଚର୍ସଙ୍କୁ ଟିବିପିଏସ୍ରେ ମିଳିଛି, ସେଥିରେ ଗୋଟିଏ ଟେରାବାଇଟ୍ରେ ୧୦୦୦ଅରବ ୟୁନିଟ ଡିଜିଟାଲ ଇନ୍ଫରମେସନ୍ ରହୁଛି।
/sambad/media/post_attachments/9b40ce12c4a408cc9358b02d4a231c004260fba6a37810eaf950db600ec24d0e.jpg)
ଯଦି ପ୍ରତି ସେକେଣ୍ଡରେ ଇଣ୍ଟରନେଟ ସ୍ପିଡ୍ ଟେରାବାଇଟ୍ରେ ମିଳୁଛି ତେବେ ଏକ ସେକେଣ୍ଡରେ ୧୦୦୦ଜିବି ଡାଟା ଡାଉନ୍ଲୋଡ କରାଯାଇପାରେ। ତେଣୁ ଯେଉଁ ସ୍ପିଡ୍ ରିସର୍ଚ୍ଚର୍ସଙ୍କୁ ମିଳିଛି, ତାହା ପ୍ରତି ସେକେଣ୍ଡରେ ୪୪.୨ ଟେରାବାଇଟ୍ ରହିଛି। ଏହାର ଅର୍ଥ ରିସର୍ଚ୍ଚର୍ସ ଏକ ସେକେଣ୍ଡରେ ୪୪, ୨୦୦ଜିବି ଡାଟା ଡାଉନ୍ଲୋଡ କରିଛନ୍ତି।