ନୂଆଦିଲ୍ଲୀ: ବିଶ୍ବରେ ଅନେକ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଛି। ଛାଡ଼ପତ୍ର ପରେ ଅଲଗାଅଲଗା ରହିବା ପାଇଁ ସ୍ବାମୀ-ସ୍ତ୍ରୀ ଅନେକ ଟଙ୍କା ଖର୍ଚ୍ଚ ବି କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଛାଡ଼ପତ୍ର ଘଟଣା ବିଷୟରେ କହିବାକୁ ଯାଉଛି ଯେଉଁ ଛାଡ଼ପତ୍ର ବିଶ୍ବର ସବୁଠାରୁ ମହଙ୍ଗା ଛାଡ଼ପତ୍ର ବୋଲି କୁହାଯାଉଛି।
ତେବେ ଶୁଣିବାକୁ ମିଳିଛି କି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ଓ ମେଲିଣ୍ଡା ଗେଟସଙ୍କ ମଧ୍ୟରେ ହୋଇଥିବା ଛାଡ଼ପତ୍ର ସବୁଠାରୁ ମହଙ୍ଗା ରହିଛି। ତେବେ ବିଲ ଗେଟସ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ପରେ ଭରଣ ରାଶି କେତେ ଦେବେ ସେନେଇ ସ୍ପଷ୍ଟ ଭାବେ କହି ନଥିଲେ।
ବିଶେଷ ସୂତ୍ରରୁ ଜଣାପଡ଼ିଥିଲା କି ବିଲ ଗେଟସ ତାଙ୍କ ସ୍ତ୍ରୀ ମେଲିଣ୍ଡା ଗେଟସଙ୍କୁ ଛାଡ଼ପତ୍ର ପରେ ଭରଣପୋଷଣ ପାଇଁ ୭୩ମିଲିୟନ ଆମେରିକୀ ଡଲାର ଅର୍ଥାତ ୬ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଛାଡ଼ପତ୍ର ପରେ ମେଲିଣ୍ଡା ଦୁନିଆର ସବୁଠାରୁ ଧନୀ ମହିଳା ତାଲିକାରେ ସାମିଲ ହୋଇଥିଲେ। ବିଲ ଗେଟସଙ୍କ ମୋଟ ସମ୍ପିତ୍ତି ୧୧୯.୪ କୋଟି ଡଲାର ବୋଲି ଅନୁମାନ କରାଯାଇଛି।
ବିଲ ଗେଟସ ଓ ମେଲିଣ୍ଡା ଗେଟସ ୨୭ବର୍ଷ ଏକାଠି ରହିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଜଣଙ୍କ ସହମତିରେ ୨୦୨୧ ମଇ ୩ ତାରଖରେ ଗେଟସ ଦମ୍ପତିଙ୍କ ଛାଡ଼ପତ୍ର ହୋଇଥିଲା। ଆଜି ବି ଦୁହିଁଙ୍କ ଛାଡ଼ପତ୍ର ଚର୍ଚ୍ଚାରେ ରହିଛି। ବିଲ ଗେଟସ ଓ ମେଲିଣ୍ଡା ତିନି ସନ୍ତାନଙ୍କ ମାତା-ପିତା ରହିଛନ୍ତି।