ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ଶୀର୍ଷ ସ୍ଥାନରେ ରହିଛି। ଭାରତ ୮୦ତମ ସ୍ଥାନରେ ରହିଛି ବୋଲି ହେନଲେ ଆଣ୍ଡ୍ ପାର୍ଟନର୍ସର ସୂଚୀ ୨୦୨୫ରୁ ଜଣାଯାଇଛି। ଭାରତ ସମେତ ଆଲଜେରିଆ, ଇକ୍ବେଟୋରିଆଲ ଗିନି ଏବଂ ତାଜିକିସ୍ଥାନ ମଧ୍ୟ ୮୦ତମ ସ୍ଥାନରେ ରହିଛନ୍ତି। କେଉଁ ଦେଶର ପାସପୋର୍ଟ କେତେ ଦେଶକୁ ଯିବାର ସୁବିଧା ପ୍ରଦାନ କରୁଛି ତାହା ଆଧାରରେ ଏହି ରୢାଙ୍କ ପ୍ରସ୍ତୁତ କରାଯାଇଛି। ସିଙ୍ଗାପୁର ପାସପୋର୍ଟରେ ୧୯୩ଟି ଦେଶକୁ ଯିବା ସୁବିଧା ଥିବାବେଳେ ଦ୍ବିତୀୟ ସ୍ଥାନରେ ଜାପାନ ଓ ଦକ୍ଷିଣ କୋରିଆ ରହିଛନ୍ତି। ଏହି ଦୁଇ ଦେଶର ପାସପୋର୍ଟଧାରୀମାନେ ୧୯୦ ଦେଶକୁ ଯିବାର ସୁବିଧା ପାଇଥାନ୍ତି। ତୃତୀୟ ସ୍ଥାନରେ ୭ଟି ଦେଶ ଯଥା ଡେନମାର୍କ, ଫିନଲାଣ୍ଡ୍, ଫ୍ରାନ୍ସ, ଜର୍ମାନୀ, ଆୟର୍ଲ୍ୟାଣ୍ଡ୍, ଇଟାଲୀ ଓ ସ୍ପେନ୍ ରହିଛନ୍ତି। ତାଲିକାର ସବାତଳେ ୯୯ତମ ସ୍ଥାନରେ ଆଫ୍ଗାନିସ୍ଥାନ ରହିଛି। ଆଫଗାନିସ୍ଥାନର ପାସପୋର୍ଟ ଜରିଆରେ ମାତ୍ର ୨୫ଟି ଦେଶକୁ ଯିବାର ସୁବିଧା ରହିଛି। ସିରିଆ ୯୮ତମ ଏବଂ ଇରାକ ୯୭ତମ ସ୍ଥାନରେ ରହିଛନ୍ତି।
ବିଶ୍ବର ପ୍ରଭାବଶାଳୀ ପାସ୍ପୋର୍ଟ ତାଲିକା: ୮୦ତମ ସ୍ଥାନରେ ଭାରତ
ବିଶ୍ବର ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ଶୀର୍ଷ ସ୍ଥାନରେ ରହିଛି। ଭାରତ ୮୦ତମ ସ୍ଥାନରେ ରହିଛି ବୋଲି ହେନଲେ ଆଣ୍ଡ୍ ପାର୍ଟନର୍ସର ସୂଚୀ ୨୦୨୫ରୁ ଜଣାଯାଇଛି। ଭାରତ ସମେତ ଆଲଜେରିଆ, ଇକ୍ବେଟୋରିଆଲ ଗିନି ଏବଂ ତାଜିକିସ୍ଥାନ ମଧ୍ୟ ୮୦ତମ ସ୍ଥାନରେ ରହିଛନ୍ତି।
/sambad/media/post_attachments/wp-content/uploads/2017/10/Indian-Passport.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)