ବିଶ୍ୱର ସବୁଠୁ ଛୋଟ ମୋବାଇଲ ଫୋନ : ଏକ ମନିପର୍ସ ଭିତରେ ବି ରହିପାରିବ

ଲଣ୍ଡନ: ଥରେ କଳ୍ପନା କରନ୍ତୁ ତ? ମୋବାଇଲ ଫୋନଟିଏ ଆପଣଙ୍କ ବୁଢା ଆଙ୍ଗୁଳି ପରି ଛୋଟ ହୋଇଥିବ ଓ ଗୋଟିଏ ୧୦ ଟଙ୍କିଆ କଏନ ପରି ହାଲକା ହୋଇଥିବ । ଯେତେ ଛୋଟିଆ ପକେଟ୍‌ ହୋଇଥିଲେ ମଧ୍ୟ ତାହା ରହିିଯିବ । କିନ୍ତୁ ଏପରି ଏକ ଛୋଟିଆ ଫୋନ ସତରେ ବଜାରକୁ ଆସିଯାଇଛି ।
ଏପରି ଏକ ଫୋନ ଏବେ ବଜାରକୁ ଛାଡ଼ିଛି କ୍ଲବିଟ୍‌ ନ୍ୟୁ ମିଡିଆ ଓ ଏହାର ନାଁ ରହିଛି ଜାନକୋ ଟିନି ଟି୧। ଏହାର ଓଜନ ମାତ୍ର ୧୩ ଗ୍ରାମ ଓ ମାତ୍ର ୪୬.୭ ମିଲିମିଟର ଲମ୍ବା ଓ ୨୧ ମିଲିମିଟର ଚଉଡା । ଏହା ବିଶ୍ୱର ସବୁଠାରୁ ଛୋଟ ମୋବାଇଲ ଫୋନ ବୋଲି କମ୍ପାନି ତରଫରୁ ଦାବି କରାଯାଇଛି । ଏହାର ଆକାର ସମ୍ପର୍କରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହା ଏକ କ୍ରେଡିଟ୍‌ କାର୍ଡଠାରୁ ଛୋଟ ଓ ଏକ ୨ ପାଉଣ୍ଡ କଏନ ଠାରୁ ଟିକିଏ ଓଜନିଆ ।

ତେବେ କେଉଁମାନଙ୍କ ପାଇଁ ଏହି ଫୋନଟି ବେଶ୍‌ ଉପଯୋଗୀ ହୋଇପାରିବ ? ଏହା ସାଧାରଣତଃ ଏକ ଜରୁରୀକାଳୀନ ବ୍ୟାକ୍‌ ଅପ ଫୋନ ଭାବେ ବ୍ୟବହାର କରାଯାଇପାରିବ । ଯେଉଁମାନେ ଜଗିଂ କରୁଛନ୍ତି ବା ଦୌଡୁଛନ୍ତି, ସାଇକେଲ ଚଳାଉଛନ୍ତି ସେମାନଙ୍କ ପାଇଁ ଏହା ଉପଯୋଗୀ ।
ଏହା ଏକ ଟୁ-ଜି ଫୋନ ଏଥିରେ ୩୦୦ଟି କଣ୍ଟାକ୍ଚ ନମ୍ବର ଓ ୫୦ଟି ଏସ୍‌ଏମ୍‌ଏସ୍‌ ଷ୍ଟୋର କରିହେବ । ଏଥିରେ ଏକ ଛୋଟ ୨୦୦ଏମଏଚ୍‌ ବ୍ୟାଟେରୀ ରହିଛି ଓ ଏଥିରେ ୩୨ ଜିବି ଷ୍ଟୋରେଜ୍‌ ଲୋଡ୍‌ କରିହେବ । ଏଥିରେ ନାନୋ ସିମ୍‌ ଲାଗିବ । ଆସନ୍ତା ମେ ୨୦୧୮ ସୁଦ୍ଧା ବିଶ୍ୱ ବ୍ୟାପୀ ଏହାର ବିକ୍ରି ଆରମ୍ଭ ହେବ ।

ସମ୍ବନ୍ଧିତ ଖବର