ବିଶ୍ବବ୍ୟାପୀ ଚାଟ୍‌ଜିପିଟି ୧୨ ଘଣ୍ଟା ଅଚଳ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବରେ ଏବେ ଚାଟ୍‌ଜିପିଟିର ବ୍ୟବହାର ବୃଦ୍ଧି ପାଇଛି। ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଓପନଏଆଇର ଚାଟ୍‌ଜିପିଟି ସେବା ଆଜି ଏହାର ବ୍ୟବହାରକାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଦୀର୍ଘ ୧୨ ଘଣ୍ଟା ଧରି ଏହା ଅଚଳ ହୋଇଯାଇଥିଲା। ଏପରିକି ବ୍ୟବହାରକାରୀଙ୍କ ଚାଟ୍‌ ହିଷ୍ଟ୍ରି ମଧ୍ୟ ମଧ୍ୟ ଅନେକ ଘଣ୍ଟା ଧରି ଉପଲବ୍ଧ ହୋଇନଥିଲା। ୱେବ୍‌ରେ ଚାଟ୍‌ଜିପିଟି ପ୍ରଭାବିତ ହୋଇଛି। ବର୍ତ୍ତମାନ ଭାରତରେ ଉପଲବ୍ଧ ହେଉଥିବା ପେଡ୍ ଗ୍ରାହକ (ଚାଟ୍‌ଜିପିଟି ପ୍ଲସ୍‌)ମାନେ ବି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଓପନ୍‌ଏଆଇ ପକ୍ଷରୁ କୁହାଯାଇଛି ସମସ୍ୟାର ସମାଧାନ ପର୍ଯ୍ୟାୟକ୍ରମେ ହେଉଛି। କ୍ଷମତା ବଢ଼ିଲେ ବ୍ୟବହାରକାରୀ ଏହାର ସୁବିଧା ପାଇବେ।

ଡାଉନଡିଟେକ୍ଟରର ସୂଚନା ଅନୁଯାୟୀ, ଚାଟ୍‌ଜିପିଟିରେ ବଡ଼ଧରଣର ସମସ୍ୟା ଦେଖାଦେଇଛି ଏବଂ ୧୨ ଘଣ୍ଟା ପରେ ମଧ୍ୟ ଏହାକୁ ପୁନଃ ଅବସ୍ଥାପିତ କରାଯାଇ ପାରିନାହିଁ। ଅନଲାଇନରେ ଉକ୍ତ ସେବା ‌ମିଳିଥିଲେ ମଧ୍ୟ କେତେକ ସମସ୍ୟା ଏବେ ମଧ୍ୟ ରହିଛି। ସେବାର ପୁନଃ ଉପଲବ୍ଧ କରାଯାଇଛି ଓ କଥାବାର୍ତ୍ତାର ହିଷ୍ଟ୍ରି ଏବେ ଉପଲବ୍ଧ ହେଉନାହିଁ ବୋଲି ଓପନଏଆଇ କହିଛି। ଜଣେ ବ୍ୟବହାରକାରୀ ଟ୍ବିଟ୍ କରିଛନ୍ତି ଯେ ୨୦୧୩ରେ ୱାଇଫାଇ ଯେଭଳି ଡାଉନ୍ ହୋଇଥିଲା ଚାଟ୍‌ଜିପିଟି ମଧ୍ୟ ୨୦୨୩‌ରେ ସେଭଳି ଡାଉନ ହୋଇଛି।

ସମ୍ବନ୍ଧିତ ଖବର