ଆସୁଛି ପୂଜା: ଗ୍ରାହକ କଣି‌ବେ ସମ୍ପୂର୍ଣ୍ଣ ନୂଆ ପ୍ରକାର ପୋଷାକ

ଭିନ୍ନ ଅନୁଭୂତି ଦେବ ବଜାର କୋଲକାତା

ଭୁବନେଶ୍ବର: ‌ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଫେସନ ସାମଗ୍ରୀ ବିକ୍ରି କରୁଥିବା ଦେଶର ଅଗ୍ରଣୀ ରିଟେଲ୍ ଷ୍ଟୋର୍‌ ହେଉଛି ବଜାର କୋଲକାତା। ଚଳିତ ବର୍ଷ ଏହା ଗ୍ରାହକମାନଙ୍କୁ ଷ୍ଟୋର୍‌ଗୁଡ଼ିକରେ ନୂଆ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁମାନେ କଂପାନିର ଷ୍ଟୋର୍‌ରେ ପ୍ରବେଶ କରିବେ ସେମାନେ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ନେଇଫେରିବେ ବୋଲି ବଜାର କୋଲାକାତାର ମାର୍କେଟିଂ ମୁଖ୍ୟ ଉମେଶ ଶର୍ମା କହିଛନ୍ତି। ସେ କହିଛନ୍ତି ଯେ ଏଥର ପୂଜାରେ ଆମ ଗ୍ରାହକମାନେ ନୂଆ ଆକାର, ନୂଆ ରଙ୍ଗ ଓ ଗୁଣାତ୍ମକ ମାନର ଫେସନେବଲ୍ ପୋଷାକ କିଣିବାର ସୁଯୋଗ ପାଇବେ। ଆମେ ସମ୍ପୂର୍ଣ୍ଣ ନୂଆ ସମ୍ଭାର ଆଣିଛୁ। ଗ୍ରାହକମାନେ ୯୯ ଟଙ୍କାରୁ ଆରମ୍ଭ କରି ୯୯୯ ଟଙ୍କା ଭଳି ଆକର୍ଷଣୀୟ ଦାମ୍‌ରେ ବ୍ରାଣ୍ଡେଡ୍‌ ପୋଷାକ କିଣିପାରିବେ। ଆମର ୮୦% ଉତ୍ପାଦ ଏହି ବର୍ଗରେ ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି।

ଦେଶରେ ବଜାର କୋଲକାତାର ୯୫ଟି ଷ୍ଟୋର୍‌ ଥିବା ବେଳେ ଓଡ଼ିଶାରେ ସେଥିରୁ ୧୭ଟି ଷ୍ଟୋର୍‌ ରହିଛି। କେବଳ କଟକ ଓ ଭୁବନେଶ୍ବର ସହରରେ ୬ଟି ବଜାର କୋଲକାତା ଷ୍ଟୋର୍‌ ରହିଛି। ସାତଟି ରାଜ୍ୟରେ କାରବାର କରୁଥିବା ଏହି ସଂସ୍ଥା ପାଇଁ ଓଡ଼ିଶା ଏକ ବହୁତ ବଡ଼ ବଜାର। କଂପାନିର ମୋଟ କାରବାରରେ ଓଡ଼ିଶାର ଅବଦାନ ୨୨%ରୁ ଅଧିକ ରହିଛି। ପଶ୍ଚିମବଙ୍ଗ ପ‌ରେ ଓଡ଼ିଶା ଆମ ପାଇଁ ଦ୍ବିତୀୟ ବଡ଼ ବଜାର ବୋଲି ଶ୍ରୀ ଶର୍ମା କହିଛନ୍ତି। ଓଡ଼ିଶା ବଜାରରେ କଂପାନିର ଉନ୍ନତ ପ୍ରଦର୍ଶନ ସମ୍ପର୍କରେ ସେ କହିଛନ୍ତି ଯେ ଏଠାରେ ୧୨ ମାସରେ ୧୩ ପର୍ବ ପାଳନ ହେଉଛି। ପ୍ରତି ପର୍ବରେ ଲୋକମାନେ ନୂଆ ପୋଷାକ ପିନ୍ଧନ୍ତି। ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣାତ୍ମକ ମାନର ପୋଷାକ ‌ଦେଉଥିବାରୁ ସେମାନେ ବଜାର କୋଲକାତାର ଜିନିଷକୁ ଅଧିକ ପସନ୍ଦ କରନ୍ତି। ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି କଂପାନି ଏହାର ଷ୍ଟୋର୍‌ ସଂଖ୍ୟାକୁ ସମ୍ପ୍ରସାରଣ କରୁଛି। ଅକ୍ଟୋବର ୨ ତାରିଖ ସୁଦ୍ଧା ଏହା ଚାରିଟି ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର