ଭୁବନେଶ୍ବର: ମହାମାରୀ ବ୍ୟାପିବା ସମୟରେ ସାରା ଦେଶରେ ଗହଣା ବ୍ୟବସାୟ ପ୍ରଭାବିତ ହୋଇଥିଲା। ଷ୍ଟୋର୍‌ ବନ୍ଦ ରହିବା ଯୋଗୁଁ ଲୋକମାନେ ଅଳଙ୍କାର କିଣିବାରେ ସମସ୍ୟା ଭୋଗିଥିଲେ। କିନ୍ତୁ ଗତ କିଛି ମାସ ହେଲାଣି ସ୍ଥିତିରେ ସୁଧାର ଘଟିଛି। ଆଗାମୀ ଦିନରେ ବଜାର ଆହୁରି ସ୍ବାଭାବିକ ହେବ। ଉତ୍ସବ ସମୟରେ ଅଳଙ୍କାର ଚାହିଦା ବହୁତ ବଢ଼ିବ ଓ ଗ୍ରାହକମାନେ ଷ୍ଟୋରକୁ ଆସି କିଣାକିଣି କରିବେ ବୋଲି ପି ସି ଚନ୍ଦ୍ରା‌ ଜୁଏଲର୍ସର ପରିଚାଳନା ନିର୍ଦେଶକ ଉଦୟ କୁମାର ଚନ୍ଦ୍ରା କହିଛନ୍ତି। ‘ସମ୍ବାଦ’ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ସୁନା ଦାମ୍‌ରେ ଅସ୍ଥିରତା ଲାଗି ରହୁଥିବାରୁ ଗ୍ରାହକଙ୍କ ମନରେ ଦ୍ବନ୍ଦ୍ବ ରହିଛି। ଦାମ୍‌ ଆହୁରି ହ୍ରାସ ପାଇବ ବୋଲି ସେମାନେ ଅପେକ୍ଷା କରୁଛନ୍ତି। ଆଗାମୀ ଉତ୍ସବ ଋତୁରେ ସେମାନେ ଗହଣା କିଣିବାକୁ ଆସିବେ। ତେଣୁ ସେହି ସମୟରେ ବଜାରରେ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିବ। କରୋନା ଜନିତ କଟକଣା କୋହଳ ହେବା ପରେ ପି ସି ଚନ୍ଦ୍ରା ଜୁଏଲର୍ସ ଷ୍ଟୋର୍‌ଗୁଡ଼ିକରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ପ୍ରତି ମାସରେ ବଢ଼ୁଛି। ଏହା ଆମ ପାଇଁ ଉତ୍ସାହର ବିଷୟ ବୋଲି ସେ କହିଛନ୍ତି।

Advertisment

ମହାମାରୀ ମୁକାବିଲା ଲାଗି କଟକଣା ଲାଗିଥିବା ସମୟରେ ମଧ୍ୟ ଗ୍ରାହକଙ୍କୁ କିଭଳି ସେବା ଯୋଗାଇ ଦେଇ ହେବ ସେନେଇ ଆମେ କାର୍ଯ୍ୟ କରିଥିଲୁ। ଭିଡିଓ କଲ୍ ଓ ରିଅଲ୍ ଟାଇମ୍ ଲାଇଭ୍ ସୁବିଧା ଯୋଗାଇ ଦିଆଯାଇଥିଲା ଯାହା ଜରିଆରେ ଗ୍ରାହକମାନେ ନିଜ ପସନ୍ଦର ଡିଜାଇନ୍ ଚୟନ କରିପାରିଥିଲେ। ସେହି ଗହଣାକୁ ଆମେ ଗ୍ରାହକଙ୍କ ଘରେ ପହଞ୍ଚାଉଥିଲୁ। ଷ୍ଟୋର୍‌ରେ ଭିଡ଼ କମ୍ କରିବା ଲାଗି ଆମେ ଆଗୁଆ ଆପଏଣ୍ଟ୍‌ମେଣ୍ଟ୍‌ ନେଉଥିଲୁ। ସ୍ଥାନୀୟ କର୍ତ୍ତୃପକ୍ଷ ଲାଗୁ କରୁଥିବା ନିୟମକୁ ଷ୍ଟୋର୍‌ଗୁଡ଼ିକରେ କଡ଼ାକଡ଼ି ଭାବେ ପାଳନ କରୁଥିଲୁ ବୋଲି ସେ କହିଛନ୍ତି।publive-image

ଓଡ଼ିଶା ଗ୍ରାହକମାନଙ୍କ ପସନ୍ଦ ସମ୍ପର୍କରେ ଆଲୋଚନା‌ କରି ସେ କହିଛନ୍ତି ଯେ ଓଡ଼ିଶାରେ ଲୋକମାନେ ଫେନ୍‌ସି, ଫେସନେବଲ୍ ସୁନା ଗହଣା, ହାତରେ ତିଆରି ଗହଣା ତଥା ମିନା କାମ ହୋଇଥିବା ନେକ୍‌ଲେସ୍‌, ଫେନ୍‌ସି ଚୁଡ଼ି, ବଳା, କାନ ଫୁଲ ଆଦି କିଣିବାକୁ ଅଧିକ ପସନ୍ଦ କରନ୍ତି। ଦୁର୍ଗାପୂଜା ଓ ଧନତେରସ୍ ସମୟରେ ଗ୍ରାହକମାନେ ଅଧିକ ଗହଣା କିଣିଥାନ୍ତି। ଏବେ କଂପାନିର ମୋଟ ବିକ୍ରିରେ ସୁନାର ସିଂହ ଭାଗ ଅବଦାନ ରହିଛି। ହୀରା ଏକ ଉଦୀୟମାନ ବର୍ଗ ଭାବେ ଉଭା ହେଉଛି। ରୁପାର ଯୋଗଦାନ ମଧ୍ୟ ଭଲ ରହିଛି। ପ୍ଲାଟିନମ୍ ତୁଳନାରେ ଗ୍ରାହକମାନେ ସୁନା ଆଳଙ୍କାର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଶ୍ରୀ ଚନ୍ଦ୍ରା କହିଛନ୍ତି। ପୁରୁଷ ଓ ମହିଳା ଅଳଙ୍କାର ବଜାର ବିଷୟରେ ସେ କହିଛନ୍ତି ଯେ ମହିଳା ବର୍ଗଟି ସର୍ବଦା ବଡ଼ ରହିଛି। କାରଣ ମହିଳାମାନଙ୍କ ସୌନ୍ଦର୍ଯ୍ୟ ପ୍ରଦର୍ଶନର ଏକ ବଡ଼ ଆବଶ୍ୟକତା ହେଉଛି ଅଳଙ୍କାର। ଉତ୍ସବ ପାଳନ ଠାରୁ ଆରମ୍ଭ କରି ସଫଳତାକୁ ପାଳନ କରିବା ପର୍ଯ୍ୟନ୍ତ ସବୁଥିରେ ସେମାନେ ଗହଣା ପିନ୍ଧନ୍ତି। ଗହଣା ‌ମହିଳାମାନଙ୍କୁ ଏକ ସାମାଜିକ ମାନ୍ୟତା ଦେଇଥାଏ। ପୁରୁଷମାନେ ମଧ୍ୟ ଅଳଙ୍କାର ପିନ୍ଧନ୍ତି। କିନ୍ତୁ ମହିଳାଙ୍କ ଭଳି ନୁହେଁ ବୋଲି ସେ କହିଛନ୍ତି।