ସମାନ କାଳିରେ ଲେଖନ୍ତୁ ଚେକ୍; ନଚେତ ବ୍ୟାଙ୍କ ଦ୍ବାରା ଗ୍ରହଣୀୟ ହୋଇ ନ ପାରେ

ଚେନ୍ନାଇ: ଚେକ୍ ଲେଖିବା ଓ ଦସ୍ତଖତ କରିବା ସମୟରେ ଆପଣ ଭିନ୍ନ ଭିନ୍ନ କାଳିର ବ୍ୟବହାର କରୁଛନ୍ତି କି ? ସାବଧାନ୍, ଯଦି ଆପଣ ଚେକ୍ କିମ୍ବା ଅନ୍ୟ କୌଣସି ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ପୂରଣ କରୁଛନ୍ତି, ତେବେ ଏହା ବି ବହୁତ ଜରୁରୀ କି ଆପଣ ପୂରଣ କରୁଥିବା ଚେକକୁ ଗୋଟିଏ ହିଁ କାଳିରେ ଅର୍ଥାତ ସମାନ କଲମରେ ଭରିବାକୁ ହେବ । ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ (Negotiable Instruments Act)୧୮୮୧ର ଧାରା ୮୭ ଅନୁସାରେ, ଗୋଟିଏ ନିଗୋସିଏବୁଲ ଇନଷ୍ଟ୍ରୁମେଂଟ ରେ ହେରଫେର କରିବା ଦ୍ୱାରା ତାହା ରଦ୍ଦ ହୋଇଯାଇଥାଏ । ଏଭଳି ଚେକ୍ ବା ଇନଷ୍ଟ୍ରୁମେଂଟକୁ କେବଳ ଗୋଟିଏ ହିଁ କାରଣରୁ ସ୍ୱୀକାର କରାଯାଇପାରିବ, ଯଦି ଏହାକୁ ଗ୍ରହଣ କରୁଥିବା ପାର୍ଟି ଏଥିରେ ହୋଇଥିବା ପରିବର୍ତ୍ତନକୁ ମାନ୍ୟତା ଦେଇଦିଅନ୍ତି ।

Livemint

ଗତ ଜୁନ ୨୧ ତାରିଖରେ ଏକ ମାମଲାର ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟ ନିଷ୍ପତ୍ତି ଦେଇଛନ୍ତି କି, କୌଣସି ବି ନିଗୋସିଏବୁଲ ଇନଷ୍ଟ୍ରୁମେଂଟରେ ଯେଉଁ ଦୁଇଟି ପୃଥକ କାଳିରେ ଲେଖାଯାଇଛି, ତାହା ବି ନେଗୋସିଏବୁଲ ଇନଷ୍ଟ୍ରୁମେଂଟ ଆକ୍ଟ, ୧୮୮୧ ଅନୁସାରେ ଅସିଦ୍ଧ ଘୋଷଣା କରାଯିବ ।

ତେଣୁ ଯଦି ଆପଣ କୌଣସି ଚେକ୍ ଜାରି କରୁଛନ୍ତି, ତେବେ ସେଥିରେ ‘କ୍ରସ’ ମାର୍କ ନିହାତି ଟାଣନ୍ତୁ । ଚେକକୁ କ୍ରସ କରିବା ପାଇଁ ଆପଣ ଚେକର ଉପର ଭାଗ ଅଂଶର ଠିକ୍ ବାମ ପାଶ୍ୱରେ ଦୁଇଟି ଗାର ଟାଣିପାରିବେ । ଆପଣ ଗ୍ରହଣକାରୀ ତଥା ପ୍ରାପ୍ତକର୍ତ୍ତାଙ୍କର ନାଁ ଲେଖାଯିବା ଲାଇନର ଶେଷରେ ‘bearer’ ଉପରେ ହିଁ କ୍ରସ୍ ମାର୍କ ଟାଣିପାରିବେ । ତେବେ ଏହି ଦୁଇ ତରିକାରେ ଏହା ସୁନିଶ୍ଚିତ ହୋଇଯିବ କି ଯାହା ନାମରେ ଆପଣ ଚେକ୍ ଜାରି କରିଛନ୍ତି , କେବଳ ତାକୁ ହିଁ ଟଙ୍କା ମିଳିବ । ସେହିଭଳି ଚେକ୍ ଉପରେ ଉଲ୍ଲେଖ ଥିବା ତାରିଖକୁ ବି ଆପଣଙ୍କୁ ଗୁରୁତ୍ୱ ଦେବାକୁ ପଡିବ । ତେବେ ଜାରି ହେବା ତାରିଖଠାରୁ ମାତ୍ର ତିନି ମାସ କାଳ ପର୍ଯ୍ୟନ୍ତ ହିଁ ଚେକର ବୈଧତା ରହିଥାଏ ।

ସମ୍ବନ୍ଧିତ ଖବର