ଏମଆଇ-ଏ୧ ଦର ୨ ହଜାର ଟଙ୍କା କମିଲା !

ଚାଇନିଜ୍‌ ହାଣ୍ଡସେଟ୍‌ ନିର୍ମାତା କମ୍ପାନି ସାଓମି ପକ୍ଷରୁ ନିଜର ଲୋକପ୍ରିୟ ସ୍ମାର୍ଟଫୋନ ଏମଆଇ-ଏ୧ ର ମୂଲ୍ୟ ପ୍ରାୟ ୨ ହଜାର ଟଙ୍କା ହ୍ରାସ କରାଯାଇଛି । ତେବେ ଏହି ମୂଲ୍ୟ ରିହାତି ମାତ୍ର ୩ ଦିନ ପାଇଁ ରହିବ । ଏ ସମ୍ପର୍କରେ କମ୍ପାନି ପକ୍ଷରୁ ଟ୍ଵିଟ୍‌ କରାଯାଇଛି । ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଏହି ଅଫର ଉପଲବ୍ଧ ରହିବ । ଏହା କେବଳ ଫ୍ଲିପକାର୍ଟ ଓ ଏମଆଇଡଟ୍‌କମ୍‌ରେ ମିଳିପାରିବ ।

ସୂଚନାଯୋଗ୍ୟ ଯେଏମଆଇ-ଏ୧ ହେଉଛି ସାଓମିର ପ୍ରଥମ ଏଣ୍ଡ୍ରଏଡ୍‌ ଓ୍ଵାନ ଫୋନ । ଏହିଏଣ୍ଡ୍ରଏଡ୍‌ ଓ୍ଵାନ ସଫ୍ଟଓ୍ଵାର ଗୁଗୁଲ ଦ୍ୱାରା ଡିଜାଇନ କରାଯାଇଛି । ଅର୍ଥାତ୍‌ ଗୁଗୁଲ ଏହି ସଫ୍ଟଓ୍ଵାର ଅପଡେଟ୍‌ କରିପାରିବ । ଏହି ଫୋନର ଆଉ ଏକ ଆକର୍ଷଣ ହେଲା ଏହାର ଟେଲିଫଟୋ ଲେନ୍ସ ଥିବା ୧୨ ଏମପି + ୧୨ ଏମପି ପ୍ରାଇମେରୀ କ୍ୟାମେରା । ଏହାଛଡା ଏଥିରେ ରହିଛି ୫.୫ ଇଞ୍ଚ ଏଫଏଚଡି ଡିସପ୍ଲେ । ଫୁଲ ମେଟାଲ ବଡି ଓ ଗରିଲା ଗ୍ଲାସ ଆଦି । ଏଥିରେ ୪ ଜିବି ର‍୍ୟାମ ଓ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି ।

ସମ୍ବନ୍ଧିତ ଖବର