ମାତ୍ର ୧୧ଟଙ୍କାରେ ମିଳୁଛି ଏମ୍‌ଆଇ ନୋଟ୍‌-୬ ପ୍ରୋ! ଜାଣନ୍ତୁ ଭାଇରାଲ ହେଉଥିବା ଏହି ମେସଜ୍‌ ପଛର ସତ

ନୂଆଦିଲ୍ଲୀ: ଅନେକ ସମୟରେ ଆପଣଙ୍କ ଫୋନ ବା ମେଲ୍‌ ଆକାଉଣ୍ଟକୁ ନକଲି ମେସଜ୍‌ ଆସିଥାଏ । ଅପରାଧିମାନେ ଆପଣଙ୍କୁ ଲୋଭଗ୍ରସ୍ତ କରାଇ ଠକିବାର କୌଣସି ସୁଯୋଗ ଛାଡ଼ି ନଥାନ୍ତି । ମନରେ ଲୋଭ ସୃଷ୍ଟି କଲା ଭଳି ଅଫର ଦେଇ ସେମାନେ କୋଟି କୋଟି ଟଙ୍କା ଠକି ନେଇଥାନ୍ତି । କିଛି ଜିନିଷ ଉପରେ ଅଧିକରୁ ଅଧିକ ରିହାତି ଦେବାର ପ୍ରତିଶ୍ରୁତି ଦେଇ ସେମାନେ ଆପଣଙ୍କୁ ଠକିଥାନ୍ତି । ଠିକ୍‌ ସେଭଳି ଏକ ମେସେଜ ଏବେ ଘୁରି ବୁଲୁଛି ।

ସୂଚନା ମୁତାବକ, ସାଓମିର ନୂଆ କରି ବଜାରକୁ ଆସିଥିବା ଏମ୍‌ଆଇ ନୋଟ୍‌ ୬ ପ୍ରୋକୁ ନେଇ ଏକ ନକଲି ମେସେଜ ଘୁରି ବୁଲୁଛି । ଯେଉଁଥିରେ ମାତ୍ର ୧୧ଟଙ୍କାରେ ସାଓମି ରେଡ୍‌ମି ଏମ୍‌ଆଇ ନୋଟ୍‌ ୬ ପ୍ରୋ କିଣି ପାରିବେ ବୋଲି ଲେଖା ଯାଇଛି । ଫୋନର ମାର୍କେଟ ଦାମ୍‌ ୧୩,୯୯୯ଥିବା ବେଳେ ଏହାକୁ ମାତ୍ର ୧୧ଟଙ୍କାରେ କିଣି ପାରିବେ ବୋଲି ଲେଖାଥିବା ମେସେଜଟି ଏବେ ଘୁରି ବୁଲୁଛି । ମେସେଜଟିକୁ ଜଣେ ଟୁଇଟର ବ୍ୟବହାରକାରୀ ଟୁଇଟ୍‌ କରିବା ପରେ କମ୍ପାନିର ବିଶ୍ୱ ଉପାଧ୍ୟକ୍ଷ ମନୁ କୁମାର ଜୈନ୍‌ ଘୁରି ବୁଲୁଥିବା ମେସେଜଟି ମିଛ ବୋଲି କହି ରି-ଟୁଇଟ୍‌ କରିଛନ୍ତି । ଘୁରି ବୁଲୁଥିବା ମେସେଜ୍‌ଟି ସମ୍ପୂର୍ଣ୍ଣ ମିଛ । ଦୟାକରି ଏଭଳି ଆସୁଥିବା ମେସେଜ ଉପରେ ଭରଷା କରନ୍ତୁ ନାହିଁ ବୋଲି ଲେଖି ଜୈନ୍‌ ଟୁଇଟ୍‌ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର