ସାଓମିର ନୂଆ ଫୋନକୁ ନେଇ ଜୋରଦାର ଚର୍ଚ୍ଚା: ୧୦୮ ମେଗାପିକ୍ସଲ କ୍ୟାମେରା ସାଙ୍ଗକୁ ମିଳିବ ୫୧୨ ଜିବିର ଷ୍ଟୋରେଜ ଡାଟା

ଦାମ ଜାଣି ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ରେଡମି ସିରିଜ ମୋବାଇଲ ପାଇଁ ଭାରତରେ ଜଣାଣୁଣା ସାଓମି କମ୍ପାନିର ନୂଆ ଫୋନକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ସାଧାରଣ ଲୋକଙ୍କ ବଜେଟ ଭିତରେ ବଜାରକୁ ଫୋନ୍‌ ଛାଡ଼ି ଖୁବ୍‌ କମ ଦିନରେ ମୋବାଇଲ ବ୍ୟବହାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ସାଓମିର ନୂଆ ମଡେଲକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଯାହାକୁ ଖୁବଶୀଘ୍ର ଭାରତ ବଜାରକୁ ଆଣିପାରେ କମ୍ପାନି। ଚୀନରେ ଲଞ୍ଚ ହୋଇଥିବା ସାଓମିର ନୂଆ ମଡେଲର ଏମ୍ ଆଇ ଏକ୍ସ ଆଲଫ‌ାକୁ ଖୁବଶୀଘ୍ର ବ୍ୟବହାରକାରୀଙ୍କ ପାଇଁ ଭାରତ ବଜାରକୁ ପ୍ରବେଶ କରାଇବ କମ୍ପାନି। ତେବେ ଏହି ଫୋନଟି ସାଧାରଣ ଲୋକଙ୍କ ବଜେଟ ଭିତରେ ଆସିବ ନାହିଁ। କାରଣ ସାଓମିର ଏହି ନୂଆ ସ୍ମାର୍ଟଫୋନର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ଟଙ୍କା ରହିଛି। ଏହି ଫୋନର ସ୍ବତନ୍ତ୍ର  ଫିଚର୍ସ ଉପରେ ଥରେ ନଜର ପକାନ୍ତୁ।

ଚୀନର ବଜାରକୁ ଆସିଥିବା ସାଓମିର ଏହି ମଡେଲରେ ୫ଜି ନେଟୱର୍କ କାମ କରିବ। ଏହି ସ୍ମାର୍ଟଫୋନରେ ୱାର୍ପଆରାଉଣ୍ଡ ଡିସପ୍ଲେ ରହିଛି। ଅର୍ଥାତ ଫୋନର ପୂରା ବଡିରେ ଡିସପ୍ଲେ ରହିଛି। ଏହା ପ୍ରଥମ ଫୋନ ଯେଉଁଥିରେ ୱାର୍ପଆରାଉଣ୍ଡ ଡିସପ୍ଲେ ରହିଛି। ଏହାଛଡା ଫୋନରେ କୌଣସି ସାଇଡ ସୁଇଚ ଦିଆଯାଇନାହିଁ। କେବଳ ଫୋନକୁ ସୁଇଚ ଅଫ କିମ୍ବା ଅନ୍‌ କରିବାକୁ ଏକ ବଟନ ରହିଛି। ସେହିଭଳି ୭.୯୨ ଇଞ୍ଚର ସ୍କ୍ରିନ ରହିଥିବା ବେଳେ ଟାଇଟେନିୟମ ଆଲୟ ଫ୍ରେମର ବ୍ୟବହାର କରାଯାଇଛି।

ଏହାଛଡ଼‌ା ଯଦି ଫୋନର କ୍ୟାମେରା କଥା କହିବେ ତେବେ ଏଥିରେ ଟ୍ରିପଲ କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏହି କ୍ୟାମେରା ଉଭୟ ଆଗ ଓ ପଛ କ୍ୟାମେରା ଭଳି କାମ କରିବ। ଏହାର ମୁଖ୍ୟ କ୍ୟାମେରା ୧୦୮ ମୋଗାପିକ୍ସଲ ରହିଛି, ଯାହା ସାହାଯ୍ୟରେ ମୋବାଇଲ ବ୍ୟବହାରକାରୀ ୮କେ ଭିଡିଓ ସୁଟ୍‌ କରିପାରିବେ। ଏହାସହ ୨୦ମେଗାପିକ୍ସଲ ୱାଇଡ ଆଙ୍ଗଲ କ୍ୟାମେରା ରହିଥିବା ବେଳେ ପୋଟ୍ରେଟ ପାଇଁ ୧୨ମେଗାପିକ୍ସଲର କ୍ୟାମେରା ରହିଛି। ସ୍ନାପଡ୍ରାଗନ ୮୫୫ପ୍ଲସ ପ୍ରୋସେସର ଲାଗିଥିବା ଏହି ଫୋନଟି ୧୨ଜିବି ରାମ ସହ ବଜାରରେ ଉପଲବ୍ଧ ହେବ। ସବୁଠାରୁ ବଡ଼ କଥା ହେଲା ଏଥିରେ ୫୧୨ଜିବିର ଇଣ୍ଟରନାଲ ଷ୍ଟୋରେଜ ବ୍ୟବସ୍ଥା ରହିଛି।

ଏମ୍ ଆଇ ଏକ୍ସ ଆଲଫ‌ା ପ୍ଲସରେ ଦମଦାର ବ୍ୟାଟେରି ବ୍ୟାକଅପ୍‌ ରହିଛି। ୪୦ୱାଟର ଫାଷ୍ଟ ଚାର୍ଜିଂ ସୁବିଧା ସହ କ୍ୱାଲିଟି ସାଉଣ୍ଡ ପାଇଁ ଅତ୍ୟାଧୁନିକ ଡିସପ୍ଲେ ଆକୋସେଟିକ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଫୋନର ଡିସପ୍ଲେ ସୁରକ୍ଷା ପାଇଁ ଗରିଲା ଗ୍ଲାସର ବ୍ୟବହାର କରାଯାଇଛି। ଖାସକରି ଫଟୋଗ୍ରାଫିରେ ସୌକ ରଖୁଥିବା ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ଫୋନ୍‌ ନିର୍ମାଣ କରିଛି କମ୍ପାନି। ଏତେ ଫିଚର୍ସ ଥିବା ଏହି ଫୋନକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏହାର ବଜାର ଦର ପାଖାପାଖି ଅଢେଇ ଲକ୍ଷ ଟଙ୍କା ରହିଛି। ଚୀନରେ ଏହାର ମୂଲ୍ୟ ପାଖାପାଖି ୨ ଲକ୍ଷ ରହିଥିବା ବେଳେ ଭାରତରେ ଏହାର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ରହିବ। ଏହି ଫୋନଟି ଭାରତରେ ପ୍ରସ୍ତୁତ ହେଉନଥିବାରୁ ଏହାକୁ ଚୀନରୁ ଅଣାଯାଉଛି। ତେଣୁ ବିଭିନ୍ନ ଶୁଲ୍କ ମିଶାଇ ଏହାର ଦର ଅଢେଇ ଲକ୍ଷରର ଅଧିକ ହେଉଛି।

ସମ୍ବନ୍ଧିତ ଖବର