ସାଓମି ରେଡମି-୫, ଆପଣଙ୍କ ବଜେଟରେ ସବୁଠୁ ଭଲ ସ୍ମାର୍ଟଫୋନ

ଭୁବନେଶ୍ୱର : ଗତ ମାସରେ ରେଡମି ନୋଟ୫ ଓ ନୋଟ୍‌ ୫ ପ୍ରୋ ଲଞ୍ଚ କରି ଚହଳ ପକେଇଥିବା ଚାଇନିଜ୍‌ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ନୂତନ ସ୍ମାର୍ଟଫୋନ ଅଲ ନିୟୁ ରେଡମି ୫ର ଶୁଭାରମ୍ଭ କରାଯାଇଛି । ଏହି ବ୍ୟୟସାପେକ୍ଷ ସ୍ମାର୍ଟଫୋନ୍‌ ରେଡମି-୫ରେ ପ୍ରଥମଥର ପାଇଁ ଫୁଲ ସ୍କ୍ରିନ ଡିସପ୍ଲେର ଅଭିନବୀକରଣ କରାଯାଇଛି । ରେଡମି-୫ର ପ୍ରଥମ ବିକ୍ରି ୨୦ ମାର୍ଚ୍ଚରୁ ଏମଆଇ.କମ, ଆମାଜନ ଏବଂ ଏମଆଇ ହୋମ ଷ୍ଟୋରରେ ଅନୁଷ୍ଠିତ ହୋଇଥିଲା । ୨ଜିବି + ୧୬ ଜିବି ଫୋନର ମୂଲ୍ୟ ଟ.୭,୯୯୯, ୩ଜିବି + ୩୨ ଜିବି ସ୍ମାର୍ଟଫୋନର ମୂଲ୍ୟ ଟ.୮୯୯୯ ଏବଂ ୪ଜିବି + ୬୪ଜିବିର ସ୍ମାର୍ଟଫୋନର ମୂଲ୍ୟ ଟ.୧୦,୯୯୯ ରହିଛି । ରେଡମି ୫ ଆଗାମୀ ସପ୍ତାହ ଗୁଡ଼ିକରେ ଅଫଲାଇନ୍‌ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି ।

୨୦୧୬ରେ ଏମଆଇ ମିକ୍ସ ସହିତ ଫୁଲ ସ୍କ୍ରିନ ଡିସପ୍ଲେ ଥିମ୍‌ ପ୍ରାରମ୍ଭ କରିଥିବା ସାଓମି ହେଉଛି ପ୍ରଥମ କମ୍ପାନୀ । ରେଡମି ସ୍ମାର୍ଟଫୋନ ସର୍ବଦା ସମଗ୍ର ବିଶ୍ୱରେ ବ୍ୟବହାରକାରୀଙ୍କୁ ଶ୍ରେଷ୍ଠ ଜ୍ଞାନ କୌଶଳ ତାହା ପୁଣି ଆକର୍ଷଣୀୟ ମୂଲ୍ୟରେ ପ୍ରଦାନ କରିଥାଏ । ୧୮:୯ ଡିସପ୍ଲେ ବ୍ୟତୀତ ରେଡମି୫ରେ ଏହି ବିଭାଗରେ ଆଗରୁ ଦେଖିନଥିବା ବୈଶିଷ୍ଟ୍ୟ ତଥା କ୍ୱାଲକମ ସ୍ନାପଡ୍ରାଗନ ୧୪ଏନଏମ ୮-କୋର ପ୍ରୋସେସର, ରିୟର କ୍ୟାମେରା ପାଇଁ ଲାର୍ଜ ପିକ୍ସେଲ(୧.୨୫ ମିୟୁଏମ) ସେନସର ଏବଂ ସମ୍ମୁଖ ସେଲଫି ପ୍ରମୁଖ ଅନ୍ତର୍ଭୁକ୍ତ । ଏହା ମୁଖ୍ୟତଃ ଗୋଲ୍ଡ, ବ୍ଲାକ, ରୋଜ ଗୋଲ୍ଡ ଏବଂ ଲେକ ବ୍ଲୁ ରଙ୍ଗରେ ଉପଲବ୍ଧ । ଉକ୍ତ ସ୍ମାର୍ଟ ଫୋନ୍‌ କ୍ରୟରେ ମିଳୁଥିବା ଅନ୍ୟାନ୍ୟ ଅଫର ଗୁଡ଼ିକ ମଧ୍ୟରେ ୨୨୦୦ ଟଙ୍କାର ତୁରନ୍ତ କ୍ୟାସବ୍ୟାକ ସହିତ ରିଲାଏନ୍ସ ଜିଓର ୧୦୦ ଜିବି ଅତିରକ୍ତ ଡାଟା, ଏସବିଆଇ କ୍ରେଡିଟ କାର୍ଡରେ ୫ପ୍ରତିଶତର ତୁରନ୍ତ ରିହାତି, କିଣ୍ଡଲ ଇ-ବୁକରେ ୯୦ ପ୍ରତିଶତ ଅଫର ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର