ଭୁବନେଶ୍ବର: ସାଓମି ଇଣ୍ଡିଆ ଭାରତୀୟ ସ୍ମାର୍ଟଫୋନ ବଜାରରେ ଏହାର ଆଧିପତ୍ୟକୁ ପୁଣିଥରେ ପ୍ରମାଣ କରିଛି। କମ୍ପାନିର ରେଡମି ନୋଟ୍‌ ୧୪ ୫ଜି ସିରିଜ୍‌ ଫୋନ୍ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଉନ୍ମୋଚନ ହେବାର ୨ ସପ୍ତାହ ମଧ୍ୟରେ ଏହି ସିରିଜ୍‌ ଫୋନ୍ ୧୦୦୦ କୋଟି ଟଙ୍କାର ରାଜସ୍ବ ପାଇପାରିଛି। ଏହାଦ୍ବାରା ଭାରତୀୟମାନେ କେବଳ ସାଓମି ଇଣ୍ଡିଆ ଉପରେ ରଖିଥିବା ଆସ୍ଥାକୁ ଦର୍ଶାଉନାହିଁ। ଏଥିସହିତ ‌ରେଡମି ନୋଟ୍‌ ୧୪ ସିରିଜ୍‌ରେ ଏହାର ନେତୃତ୍ବକୁ ଦୃଢ଼ କରିଛି। 

Advertisment

ଏ ସଂପର୍କରେ ଜୟପୁରର କଣ୍ଟେଣ୍ଟ୍ କ୍ରି‌ଏଟର ରାଜକୁମାର କୁହନ୍ତି ମୁଁ ସବୁବେଳେ ବିଭିନ୍ନ ସ୍ଥାନକୁ ଯାତ୍ରା କରିତାଏ। ଯେତେବେଳେ ରେଡ୍‌ମି ନୋଟ୍ ୧୪ ପ୍ରୋ+ ୫ଜି ଫୋନ୍ ଦେଖିଲି ସେତେବେଳେ ଏହା ମୋର ପ୍ରତ୍ୟେକ ଆକାଂକ୍ଷାକୁ ପୂରଣ କରିଥିଲା। ଏହା ମୋ ପାଇଁ ଏକ ଗେମ୍‌ଚେଞ୍ଜର ଥିଲା। ୬୨୦୦ ମିଲିଆମ୍ପିଅର ବ୍ୟାଟେରି ଏବଂ ୯୦ ୱାଟ୍‌ର ହାଇପର ଚାର୍ଜ ଅର୍ଥ ଏଥିରେ ମୁଁ ଘଣ୍ଟା ଘଣ୍ଟା ଧରି ସୁଟିଂ କରିପାରିଲି। ୫୦ଏମ୍‌ପିର ନାଇଟ୍ ମୋଡ୍‌ କ୍ୟାମେରା ମୋର କଣ୍ଟେଣ୍ଟ୍‌କୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯାଇଛି। ସେହିଭଳି ରାଧେ ମଧ୍ୟ ଏହି ଫୋନର ସ୍ଥାୟିତ୍ବକୁ ପ୍ରଶଂସା କରିଛନ୍ତି। ଏଥିସହିତ ସାଓମି ରେଡମି ୧୪ସି ୫ଜି ଯାହାକି ୨୦୨୫ର ପ୍ରଥମ ୫ଜି ସ୍ମାର୍ଟଫୋନ ଆଣିଛି। ଏଥିରେ ୬.୮୮ ଇଞ୍ଚ ୧୨୦ ହର୍ଜର ଡିସପ୍ଲେ ରହିଛି। ୫୧୬୦ ମିଲିଆମ୍ପିଅର ବ୍ୟାଟେରି ଏବଂ ୫୦ ଏମପିର ଡୁଆଲ କ୍ୟାମେରା ଥିବା ଏହି ଫୋନର ମୂଲ୍ୟ ୯୯୯୯ ଟଙ୍କା ରହିଛି। ରେଡମି ନୋଟ୍ ୧୪ ୫ଜି ସିରିଜ୍ ଫୋନ ୧୭୯୯୯ ଟଙ୍କାରୁ ଏମଆଇ ଡଟ୍ କମ ସମେତ ସାଓମି ଷ୍ଟୋର୍ ଏବଂ ସାଓମିର ରିଟେଲ ପାର୍ଟନରଙ୍କ ନିକଟରେ ଉପଲବ୍ଧ ହେଉଛି।