ଶାଓମିର ଫୋନ୍ ବିକ୍ରି ୧୦ କୋଟି ଟପିଲା

ଭୁବନେଶ୍ବର : ବିଗତ ପାଞ୍ଚ ବର୍ଷରେ ଶାଓମି ଭାରତରେ ୧୦ କୋଟିରୁ ଅଧିକ ଫୋନ୍ ବିକ୍ରି କରିଛି। ଚଳିତ ବର୍ଷ ଜୁଲାଇରେ କଂପାନି ଏହି ମାଇଲଖୁଣ୍ଟ ହାସଲ କରିଛି। ରେଡ୍‌ମି ଏ ଓ ରେଡ୍‌ମି ନୋଟ୍ ସିରିଜ୍‌ ଫୋନ୍‌ଗୁଡ଼ିକର ବିକ୍ରି ବହୁତ ଅଧିକ ରହିବା ଯୋଗୁ କଂପାନି ଏହି ସଫଳତା ହାସଲ କରିଛି। ଦେଶର ସ୍ମାର୍ଟଫୋନ୍‌ ବଜାରର ୨୮.୩୧ ଭାଗ ଶାଓମି କବ୍‌ଜାରେ ରହିଛି। କଂପାନିର ରେଡ୍‌ମି ଏ୬ ଓ ରେଡ୍‌ମି ନୋଟ୍‌ ୭ପ୍ରୋ ହେଉଛି ଭାରତର ସବୁଠୁ ଅଧିକ ବିକ୍ରି ହେଉଛି ଦୁଇ ଶ୍ରେଷ୍ଠ ସ୍ମାର୍ଟଫୋନ୍‌। ଆମର ବିକ୍ରି ସଂଖ୍ୟା ଶାଓମି ଫୋନ୍ ପ୍ରତି ଗ୍ରାହକଙ୍କ ରହିଥିବା ଭଲ ପାଇବାକୁ ପ୍ରଦର୍ଶିତ କରୁଛି ବୋଲି କଂପାନି ଏମ୍‌ଡି ମନୁ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର