ନୂଆଦିଲ୍ଲୀ : ସାଓମି ଭାରତରେ ନିଜର ନୂଆ ସ୍ମାର୍ଟଫୋନ ରେଡ୍ମି ଗୋକୁ ଲଞ୍ଚ କରି ସାରିଛି । ଯାହାର ବଜାର ଦାମ୍ ରହିଛି ୪୯୯୯ । ଏହି ଫୋନ ଲଞ୍ଚ ହେବା ପରେ ଏବେ ବଜାରରେ ଏହାର ଚାହିଦା ବଢ଼ିବାକୁ ଲାଗିଛି । ଏହି ଫୋନରେ ୧ଜିବି ର୍ୟାମ୍ ଥିବା ବେଳେ ଏହା ଏକ ଆଣ୍ଡ୍ରୋଏଡ୍ ରିୟୋ ଫୋନ ବୋଲି ଜଣାପଡ଼ିଛି । ତେବେ କିଛି ବର୍ଷ ମଧ୍ୟରେ ସାଓମି କମ୍ପାନୀର ମୋବାଇଲ୍ ଫୋନର ଚାହିଦା ଭାରତରେ ବଢ଼ିଥିବା ବେଳେ ଏହାକୁ ଆଖି ଆଗରେ ରଖି ଏବେ କମ୍ପାନୀ ଭାରତରେ ନିଜର ଏକ ଉତ୍ପାଦନ କେନ୍ଦ୍ର ଖୋଲିବାର ନିଷ୍ପତ୍ତି ନେଇଛି ।
ଏବେ ପ୍ରତି ସେକେଣ୍ଡରେ ୩ଟି ମୋବାଇଲ ଫୋନ ତିଆରି ହେବା ସହ ଚାକିରିର ସୁଯୋଗ ବଢ଼ିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ସାଓମିର ମୁଖ୍ୟ ପରିଚାଳନା ଅଧିକାରୀ ମୁରଲୀକ୍ରିଷ୍ଣନ ବି. ଏହି ସୂଚନା ଦେଇ, ଆମେ ମେକ୍ ଇନ୍ ଇଣ୍ଡିଆକୁ ନେଇ ଗମ୍ଭୀର ଏବଂ ପ୍ରତିବଦ୍ଧ । ଆମର ଏହି ନିଷ୍ପତ୍ତି ଭାରତରେ ଏକାଧିକ ଚାକିରି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।