ନିଜ ସ୍ମାର୍ଟଫୋନଗୁଡ଼ିକର ମୂଲ୍ୟ ବଢାଇବ ସାଓମି, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ନିଜର ବିଭିନ୍ନ ହାଣ୍ଡସେଟ୍‌ର ମୂଲ୍ୟ ବଢାଇପାରେ ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ରେକର୍ଡ ତଳକୁ ଖସିବା ଫଳରେ କମ୍ପାନିର ଆମଦାନୀ ବ୍ୟୟ ବଢିଯାଇଛି । ଏହି କାରଣରୁ କମ୍ପାନି ଦରବୃଦ୍ଧି ପାଇଁ ଚିନ୍ତା କରୁଛି । ଆଜି କମ୍ପାନି ପକ୍ଷରୁ ରେଡମି୬, ରେଡମି୬ଏ ଓ ରେଡମି ୬ ପ୍ରୋର ବଜାର ପ୍ରବେଶ କରାଯାଇଛି । ଲଞ୍ଚ୍‌ ପରେ ଏଗୁଡ଼ିକର ଦର ମଧ୍ୟ ଘୋଷଣା କରାଗଲା ।ଏହି ମଡେଲ ଗୁଡ଼ିକର ମୂଲ୍ୟ ୫,୯୯୯ ଟଙ୍କାରୁ ଆରମ୍ଭ କରି ୧୨,୯୯୯ ଟଙ୍କା ମଧ୍ୟରେ ରହିଛି । ମାତ୍ର ଏହାପରେ କମ୍ପାନି ପକ୍ଷରୁ ଘୋଷଣା କରାଗଲା ଯେ ଏହା କେବଳ ଏକ ପ୍ରାରମ୍ଭିକ ମୂଲ୍ୟ । ଯାହାକି ମାତ୍ର ଦୁଇମାସ ପାଇଁ ଲାଗୁ ହେବ । ଏହା ପରେ କମ୍ପାନି ଟଙ୍କାର ଅବମୂଲ୍ୟାୟନକୁ ଦେଖି ନୂତନ ଦର ସ୍ଥିର କରିବ । କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହାର ସ୍ମାର୍ଟଫୋନରେ ଲାଗୁଥିବା ବିଭିନ୍ନ ଯନ୍ତ୍ରପାତି ବିଦେଶରୁ ଆମଦାନୀ କରିଥାଏ । ଏଥିପାଇଁ କମ୍ପାନି ଡଲାରରେ ପେମେଣ୍ଟ କରିଥାଏ । ଟଙ୍କା ତୁଳନାରେ ଡଲାର ମୂଲ୍ୟ ବଢିଯାଇଥିବାରୁ କମ୍ପାନିକୁ ଅଧିକ ବ୍ୟୟ କରିବାକୁ ପଡୁଛି ।

ସମ୍ବନ୍ଧିତ ଖବର