ଭାରତରେ ୱେୟାରଲେସ ପାୱାରବ୍ୟାଙ୍କ ଲଞ୍ଚ କଲା ସାଓମି

ନୂଆଦିଲ୍ଲୀ: ସାଓମି ଭାରତରେ ଏହାର ପ୍ରଥମ ୱେୟାରଲେସ ପାୱାରବ୍ୟାଙ୍କ ଲଞ୍ଚ କରିଛି। ସାଓମିର ଏହି ପାୱାର୍ ବ୍ୟାଙ୍କର ନାମ ଏମଆଇ ୱେୟାରଲେସ ପାୱାରବ୍ୟାଙ୍କ ରଖାଯାଇଛି | ଏହାର କ୍ଷମତା ୧୦୦୦୦ଏମଏଏଚ ରହିଛି | ସାଓମି ୱେୟାରଲେସ ପାୱାରବ୍ୟାଙ୍କରେ ୧୦ ୱାଟର ୱେୟାରଲେସ ଚାର୍ଜିଂ ସପୋର୍ଟ ଥିବାବେଳେ କେବୁଲ ସଂଯୋଗ କଲେ ୧୮ ୱାଟ ଚାର୍ଜିଂ ମିଳିବ | ତେବେ ସାଓମିର ଏହି ପାୱାର୍ ବ୍ୟାଙ୍କରୁ ଆପଣ ବର୍ତ୍ତମାନ ଫୋନ୍ ଚାର୍ଜ କରିପାରିବେ ନାହିଁ, କାରଣ ଭାରତରେ କୌଣସି ସାଓମି ଫୋନ୍ ନାହିଁ ଯାହା ୱେୟାରଲେସ ଚାର୍ଜିଂକୁ ସମର୍ଥନ କରେ |

ସାଓମିର ୧୦୦୦୦ଏମଏଏଚ ୱେୟାରଲେସ ପାୱାରବ୍ୟାଙ୍କ ମୂଲ୍ୟ ୨୪୯୯ ଟଙ୍କା ରହିଛି | ଏହି ପରିପ୍ରେକ୍ଷୀରେ ଏହା ସାମସଙ୍ଗର ୱେୟାରଲେସ ପାୱାରବ୍ୟାଙ୍କ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଯାହାର ମୂଲ୍ୟ ୩୬୯୮ ଟଙ୍କା ରହିଛି | ଏମଆଇର ଏହି ପାୱାର୍ ବ୍ୟାଙ୍କ ଏକାସାଙ୍ଗରେ ଦୁଇଟି ଡିଭାଇସ୍ ଚାର୍ଜ କରିବାକୁ ସକ୍ଷମ ହେବ |

photo-ndtv

ସାଓମିର ଏହି ପାୱାର୍ ବ୍ୟାଙ୍କରେ ୧୨ଟି ସ୍ତରୀୟ ସୁରକ୍ଷା ଅଛି ଯାହା ପାୱାର ବ୍ୟାଙ୍କକୁ ହଟ ଏବଂ ସର୍ଟ ସର୍କିଟରୁ ରକ୍ଷା କରିଥାଏ | ଏଠାରେ ସୂଚନା ଥାଉ କି ସାଓମି ନିକଟରେ ଭାରତରେ ରେଡମି ନୋଟ୍ ୯ ସିରିଜ୍ ଉପସ୍ଥାପନ କରିଥିଲା | ଯେଉଁଥିରେ ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ସହିତ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି। ରେଡମି ନୋଟ୍ ୯ ସିରିଜର ପ୍ରାରମ୍ଭିକ ମୂଲ୍ୟ ୧୨୯୯୯ ଟଙ୍କା ରହିଛି |

ସମ୍ବନ୍ଧିତ ଖବର