୫ରୁ ୫ ମାର୍କ ପାଇ ଆଫ୍ରିକାର ସବୁଠାରୁ ସୁରକ୍ଷିତ କାର ମାନ୍ୟତା ପାଇଲା ମହିନ୍ଦ୍ରାର ଏହି ଗାଡି

ନୂଆଦିଲ୍ଲୀ: ଆଫ୍ରିକାର ସବୁଠାରୁ ସୁରକ୍ଷିତ ଗାଡି ମାନ୍ୟତା ପାଇଲା ମହିନ୍ଦ୍ରା ଏକ୍ସୟୁଭି-୩୦୦ | ଦେଶର ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ମହିନ୍ଦ୍ରାର କମ୍ପାକ୍ଟ ଏସୟୁଭି କାର ଏକ୍ସୟୁଭି ୩୦୦ର ସୁରକ୍ଷା ପୂର୍ବରୁ ପ୍ରମାଣିତ ହୋଇଥିବାବେଳେ ଏବେ ଆଫ୍ରିକାରେ ବି ଏହି କାର ସବୁଠାରୁ ସୁରକ୍ଷିତ ବୋଲି ଏକ ଟେଷ୍ଟରୁ ଜଣାପଡିଛି | ଆଫ୍ରିକାର କ୍ରାସ୍ ଟେଷ୍ଟରେ ଗ୍ଲୋବାଲ୍ ଏନ-କ୍ୟାପରେ ୫ ଷ୍ଟାର ପାଇ ଏହା ସର୍ବୋଚ୍ଚ ରେଟିଂ ହାସଲ କରିଛି | ଏହା ସହିତ ଏହି କାର ଆଫ୍ରିକାର ପ୍ରଥମ ଏବଂ ୫ ତାରକା ମୂଲ୍ୟାୟନ ସହିତ ସୁରକ୍ଷିତ କାର ହୋଇପାରିଛି | ମହିନ୍ଦ୍ରା ଏହି ଗାଡି ସହିତ ଅନ୍ୟ ମଡେଲଗୁଡ଼ିକୁ ବିଦେଶକୁ ରପ୍ତାନି କରିଥାଏ |


ଆଉ ସୁରକ୍ଷିତ କାର ଭାବେ ଭାରତରେ ପ୍ରମାଣିତ ହୋଇଥିବା ଏହି କାରକୁ ଏବେ ଆଫ୍ରିକାରେ ବେଶ ପ୍ରଶଂସା କରାଯାଇଛି | ଏହି କାରରେ ସୁରକ୍ଷା ପାଇଁ ମୋଟ ୭ଟି ଏୟାରବ୍ୟାଗ ଯୋଗାଇ ଦିଆଯାଇଛି। ଏବିଏସ ବ୍ୟବସ୍ଥା ସାଙ୍ଗକୁ ଶିଶୁଙ୍କ ସୁରକ୍ଷା ପାଇଁ ବିଶେଷ ସୁବିଧା ଦିଆଯାଇଛି | କାରର ଚାରି ଚକରେ ଡିସ୍କ ବ୍ରେକ୍ ସହ ସିଟ୍ ବେଲଡ୍ ରିମାଇଣ୍ଡର୍ ମଧ୍ୟ ମିଳିଥାଏ, ଯାହା ଦ୍ୱାରା ସିଟ ବେଲ୍ଟ ପିନ୍ଧିବାକୁ ଆପଣ ଭୁଲିବେ ନାହିଁ |

ସୂଚନା ଥାଉ କି ଏକ୍ସୟୁଭି ୩୦୦ ଭାରତରେ ପ୍ରସ୍ତୁତ ହୋଇଥିବାବେଳେ ଅନ୍ୟ ଦେଶକୁ ମଧ୍ୟ ରପ୍ତାନି ହୋଇଥାଏ | ଆଉ କ୍ରାସ୍ ଟେଷ୍ଟରେ ସଫଳ ହେବା ପରେ ଏହି କାରର ବିଶ୍ୱସନୀୟତା ଆହୁରି ବଢିବ ବୋଲି କମ୍ପାନୀର ଆଶା ରହିଛି |

ସମ୍ବନ୍ଧିତ ଖବର