xନୂଆଦିଲ୍ଲୀ, ଜାପାନର ୟାମାହା ମୋଟର କମ୍ପାନି ୬୩ ବର୍ଷ ପୂରଣ କରି ୬୪ ବର୍ଷରେ ପାଦ ଥାପିଛି। ବିଶ୍ୱବ୍ୟାପୀ କମ୍ପାନି ଏହାର ପ୍ରତିଷ୍ଠା ଦିବସ ଚଳିତମାସ ୧ ଓ ୨ ତାରିଖରେ ଦୁଇ ଦିନ ଧରି ପାଳନ କରିଛି। ୟାମାହାର ପ୍ରତିଷ୍ଠା ଦିବସକୁ ୟାମାହା ଦିବସ ଭାବେ ବିବେଚନା କରାଯାଇଥାଏ। ୬୩ ବର୍ଷ ପୂର୍ବେ ୟାମାହା ୧୨୫ସିସି ମୋଟର ସାଇକଲ ‘ଓ୍ଵାଇଏ-୧’ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ଭାରତରେ ୟାମାହା ୧୯୮୫ ମସିହା ବେଳକୁ ପ୍ରବେଶ କରିଥିଲା। ପ୍ରଥମେ ଏସକର୍ଟ ଗ୍ରୁପ୍ ସହ ଯୌଥ ଉଦ୍ୟୋଗରେ ବ୍ୟବସାୟ ଆରମ୍ଭ କରିଥିଲା। ପରେ ୨୦୦୧ ମସିହାରେ ୟାମାହା ଇଣ୍ଡିଆ ୟାମାହାର ୧୦୦ ପ୍ରତିଶତ ସହାୟକ କମ୍ପାନିରେ ପରିଣତ ହୋଇଥିଲା।
ୟାମାହାକୁ ୬୩ ବର୍ଷ ପୂରିଲା
/sambad/media/post_attachments/wp-content/uploads/2018/07/bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)