ୟାମାହା ଗ୍ରାହକ ଜିତିଲେ ପୁରସ୍କାର

ଭୁବନେଶ୍ବର: ଆଇଗିଣିଆ ଠାରେ ଥିବା ୟାମାହାର ସୋ’ରୁମ୍ କେଟୁକେ ଅଟୋମୋଟିଭ୍‌ସରେ ଲକି ଡ୍ର’ଉଠାଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୧୫୦ ଜଣ ଗ୍ରାହକଙ୍କ ଉପସ୍ଥିତିରେ ଲକି ଡ୍ର’ ଉଠାଣ ହୋଇଥିଲା। ରବି କୁମାର ପାଣି ପ୍ରଥମ, ରିତୁ ପ୍ରବୀଣା କୁଜୁରା ଦ୍ବିତୀୟ ପୁରସ୍କାର ଭାବେ ଯଥାକ୍ରମେ ୩୦ ହଜାର ଟଙ୍କା ଓ ୧୫ ହଜାର ଟଙ୍କା ଜିତିଛନ୍ତି। ପାଞ୍ଚ ହଜାର ଟଙ୍କା ବିଶିଷ୍ଟ ଦୁଇଟି ତୃତୀୟ ପୁରସ୍କାର ଓ ଦୁଇ ହଜାର ଟଙ୍କାର ୧୦ଟି ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ୟାମାହାର ଆଞ୍ଚଳିକ ମୁଖ୍ୟ ହର୍ଷ ସାଙ୍ଗୋଲି, ଏରିଆ ମ୍ୟାନେଜର ଏମ୍‌ ଡି ଜିସାନ୍, କେଟୁକେ ଅଟୋମୋଟିଭସ୍‌ର ଏମ୍‌ଡି ଜୟ ବାତ୍ରା, ମହାପ୍ରବନ୍ଧକ ସନ୍ଦୀପ ମହାପାତ୍ର ଓ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆୟକର ସେଟଲ୍‌ମେଣ୍ଟ୍‌ କମିସନର ଅଧ୍ୟକ୍ଷ ରବିନ୍ଦ୍ର କୁମାର ରାଏ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର