ୟାମାହା ଇଲେକ୍ଟି୍ରକ୍‌ ବାଇକ୍‌ ଟିଓ୍ଵାଇ-ଇ

ଜାପାନର ପ୍ରମୁଖ ବାଇକ୍‌ କମ୍ପାନି ୟାମାହା ମୋଟର କମ୍ପାନି ଲିମିଟେଡ ଏକ ଇଲେକ୍ଟି୍ରିକ୍‌ ବାଇକ୍‌ ବିକାଶ କରିଛି। ପେଟ୍ରୋଲ ଚାଳିତ ବାଇକ୍‌ ପରିବର୍ତ୍ତେ ଇଲେକ୍ଟି୍ରକ୍‌ ବାଇକ୍‌ ନିର୍ମାଣ କରି ପରିବେଶ ସୁରକ୍ଷା କରିବା ଲକ୍ଷ୍ୟରେ କମ୍ପାନି ଏହି ବାଇକ୍‌ ପ୍ରସ୍ତୁତ କରିଛି। ବିକଶିତ ହୋଇଥିବା ଏହି ନୂଆ ବାଇକ୍‌ର ନାମ ଟିଓ୍ଵାଇ-ଇ ରହିଛି। ଏଥିରେ ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲାଗିଛି। ୟାମାହାର ଏହି ନୂଆ ଇଲେକ୍ଟି୍ରିକ୍‌ ବାଇକ୍‌ର ଟେଷ୍ଟ ରାଇଡ୍‌ କରିଥିବା ବ୍ୟକ୍ତି ଜଣକ କୁହନ୍ତି, ସେ ପ୍ରଥମେ ଭାବିଥିଲେ ଏହି ବାଇକ୍‌ଟି ଅନ୍ୟ ଯେକୌଣସି ଇଲେକ୍ଟି୍ରକ୍‌ ବାଇକ୍‌ ଭଳି ହୋଇଥିବ। କିନ୍ତୁ ଏହି ଇଲେକ୍ଟି୍ରିକ୍‌ ବାଇକ୍‌ର ପ୍ରଯୁକ୍ତି ଅତ୍ୟନ୍ତ ଉଚ୍ଚମାନର। ତେଣୁ ଇଲେକ୍ଟି୍ରକ୍‌ ବାଇକ୍‌ ନିର୍ମାଣ ପ୍ରଯୁକ୍ତି ଅତି ଉଚ୍ଚସ୍ତରରେ ପହଞ୍ଚି ପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର