୨୩,୮୯୭ ଟି ବାଇକ୍‌ ଫେରସ୍ତ ନେବ ୟାମାହା

ନୂଆଦିଲ୍ଲୀ: ୟାମାହା ମୋଟର୍ସ ଇଣ୍ଡିଆ ତରଫରୁ ନିଜର ଦୁଇଟି ଲୋକପ୍ରିୟ ବାଇକ୍‌ ମଡେଲ ଏଫଜେଡ୍‌ ୨୫ ଓ ଫେଜର ୨୫ ର ପ୍ରାୟ ୨୩,୮୯୭ ଟି ବାଇକ୍‌ ଫେରସ୍ତ ନିଆଯିବାକୁ ଘୋଷଣା କରାଯାଇଛି । ଏସବୁ ବାଇକର ହେଡ କବର ବୋଲ୍ଟ ଢିଲା ହେବା କାରଣରୁ କମ୍ପାନି ତରଫରୁ ଏହି ପଦକ୍ଷେପ ନିଆଯାଇଛି ।

କମ୍ପାନି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏଫଜେଡ୍‌ ୨୫ ଓ ଫେଜର ୨୫ ର ପ୍ରାୟ ୨୩୮୯୭ ଟି ବାଇକ୍‌ ଫେରସ୍ତ ନିଆଯିବ । ଏହା ମଧ୍ୟରୁ ୨୧୬୪୦ଟି ଏଫଜେଡ୍‌ ୨୫ ଓ ୨୨୫୭ ଟି ଫେଜର ୨୫ । ଏସବୁ ବାଇକ୍‌ ଗୁଡ଼ିକ ଜାନୁୟାରୀ ୨୦୧୭ ପରେ ନିର୍ମାଣ କରାଯାଇଥିଲା । କମ୍ପାନି ପକ୍ଷରୁ କୁହାଯାଇଛି ଯେ ବାଇକ ମାଲିକମାନଙ୍କ ସହ ଯୋଗାଯୋଗ କରି ଏସବୁ ବାଇକ୍‌ ନିଆଯିବ ଓ ମାଗଣାରେ ତ୍ରୁଟି ସୁଧାରି ସଂପୃକ୍ତ ମାଲିକମାନଙ୍କୁ ଫେରସ୍ତ କରାଯିବ ।

ସମ୍ବନ୍ଧିତ ଖବର