ୟାମାହାର ନୂଆ ୧୧ ଲକ୍ଷ ଟଙ୍କିଆ ବାଇକ୍‌

ନୂଆଦିଲ୍ଲୀ, ଇଣ୍ଡିଆ ୟାମାହା ମୋଟର ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆଜି ନୂଆ ସୁପରବାଇକ୍‌ ଏମ୍‌ଟି-୦୯ର ଉନ୍ମୋଚନ କରାଯାଇଛି। ଦିଳ୍ଲୀରେ ଏହି ସୁପରବାଇକ୍‌ର ଏକ୍ସସୋରୁମ୍‌ ମୂଲ୍ୟ ୧୦ ଲକ୍ଷ ୮୮ ହଜାର ଟଙ୍କା ରହିଛି। ଏହି ବାଇକ୍‌ରେ ୮୪୭ସିସି ଯୁକ୍ତ ୩ ସିଲିଣ୍ଡିର ଇଞ୍ଜିନ୍‌ ଏବଂ ଆଣ୍ଟି ଲକ୍‌ ବ୍ରେକିଂ (ଏବିଏସ୍‌) ପ୍ରଯୁକ୍ତି ରହିଛି। ବାଇକ୍‌ର ଓଜନ ୧୯୩ କିଲୋଗ୍ରାମ ରହିଛି। କମ୍ପାନି ଏହି ବାଇକ୍‌କୁ ସମ୍ପୂର୍ଣ୍ଣ ଭାବେ ସିବିୟୁ ୟୁନିଟ୍‌ ଭାବେ ଆମଦାନି କରି ଭାରତରେ ବିକ୍ରି କରିବ। ୬୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ସ୍ପୋର୍ଟସ ବାଇକ୍‌ କିଣିବାକୁ ଆଗ୍ରହୀ ଥିବା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି କମ୍ପାନି ଏହି ବାଇକ୍‌ ଆଣିଛି।

ସମ୍ବନ୍ଧିତ ଖବର