ଭୁବନେଶ୍ୱର: ୟେଲୋ ଟାଇ ହସ୍ପିଟାଲିଟି ପକ୍ଷରୁ ପଟିଆଠାରେ ଏହାର ପ୍ରଥମ ଆଉଟ୍ଲେଟ୍ ‘ଜେନୁଇନ୍ ବ୍ରୋଷ୍ଟର୍ ଚିକେନ୍’(ଜିବିସି) ଖୋଲାଯାଇଛି। ଏହାକୁ ସେଲିବ୍ରିଟି ସେଫ୍ ହରପାଲ୍ ସିଂହ ଶୋଖି ଉଦ୍ଘାଟନ କରିଛନ୍ତି। ଚିକେନ୍ ପ୍ରେମୀଙ୍କ ପାଇଁ ଏହି ଆଉଟ୍ଲେଟ୍ ଅନେକ ମହତ୍ୱ ରଖୁଛି। ଏଠାରେ ଚିକେନ୍କୁ ୫୦% କମ୍ ତେଲରେ ପ୍ରସ୍ତୁତ କରାଯାଛି। ଆମେରିକାରେ ବ୍ରୋଷ୍ଟର୍ ଚିକେନ୍ ବହୁତ ଲୋକପ୍ରିୟ। ଏହି ଆଉଟ୍ଲେଟ୍ ଜରିଆରେ ଭୁବନେଶ୍ୱର ବାସିନ୍ଦା ଆମେରିକା ଭଳି ସ୍ୱାଦ ପାଇପାରିବେ। ୟେଲୋ ଟାଇ ହସ୍ପିଟାଲିଟି ୨୦୧୯ ସୁଦ୍ଧା ସାରା ଦେଶରେ ୪୦ଟି ନୂଆ ଷ୍ଟୋର୍ ଖୋଲିବାକୁ ଯୋଜନା ରଖିଛି ବୋଲି ଏହାର ପ୍ରତିଷ୍ଠାତା ଏବଂ ସିଇଓ କରଣ ତନ୍ନା କହିଛନ୍ତି। ଏହି ଅବସରରେ ଜିବିସିର ଫ୍ରାଞ୍ଚାଇଜି ମାଲିକ ସଞ୍ଚୟ ଝା ଉପସ୍ଥିତ ଥିଲେ।
ୟେଲୋ ଟାଇ ହସ୍ପିଟାଲିଟିର ନୂଆ ଆଉଟ୍ଲେଟ୍
/sambad/media/post_attachments/wp-content/uploads/2018/02/yellow-tie.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)