ୟେସ୍ ବ୍ୟାଙ୍କର କାସା ଅନୁପାତରେ ବୃଦ୍ଧି

ଭୁବନେଶ୍ବର : ଦେଶର ଚତୁର୍ଥ ବୃହତ୍ ଘରୋଇ ୟେସ୍ ବ୍ୟାଙ୍କ ୨୦୦୪ରେ ପ୍ରତିଷ୍ଠା ହେବା ପରଠାରୁ ବ୍ୟବସାୟିକ ଅଗ୍ରଗତି ହାସଲ କରିବାରେ ଲାଗିଛି। ଖୁବ୍ କମ୍ ବର୍ଷ ମଧ୍ୟରେ ଏହା ଏକ ପୂର୍ଣ୍ଣାଙ୍ଗ ବ୍ୟବସାୟିକ ବ୍ୟାଙ୍କରେ ପରିଣତ ହୋଇ ଲୋକଙ୍କୁ ସବୁ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଆସୁଛି। ‌‌ବ୍ୟାଙ୍କର କାସା ଅନୁପାତ ଚଳିତବର୍ଷ ଜୁନ୍ ଶେଷ ସୁଦ୍ଧା ୩୦.୨ ପ୍ରତିଶତ ଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୩୦.୮ ପ୍ରତିଶତକୁ ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ବ୍ୟାଙ୍କର ଲିକ୍ବିଡିଟି କଭରେଜ୍ ରେସିଓ ୧୦୦ ପ୍ରତିଶତ ରହିବା ନିୟମ ଥିବାବେଳେ ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କ ଉକ୍ତ ଅନୁପାତ ୧୨୫ ପ୍ରତିଶତ ରହିଛି। ବ୍ୟାଙ୍କର ମୋଟ ଅଗ୍ରିମ ସେପ୍ଟେମ୍ବର ୩୦ ସୁଦ୍ଧା ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ଥିବାବେଳେ ମୋଟ ଜମା ୨.୦୯ ଲକ୍ଷ କୋଟି ଟଙ୍କା ରହିଛି। ଗତ କିଛିଦିନ ପୂର୍ବେ ବ୍ୟାଙ୍କର ନଗଦ ସ୍ଥିତି ଏବଂ ଜମା ଆଦି ସମ୍ପର୍କରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହାର କୌଣସି ଆଧାର ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର