ଦେଶ ଛାଡ଼ିବାକୁ ପ୍ରୟାସ କରୁଥିଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା

ଯୋଜନା ଆଣିବା ପାଇଁ ଯଥେଷ୍ଟ ସମୟ ଥିଲା: ରାଜନ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ପୂର୍ବରୁ ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ନିଜର ଦିଲ୍ଲୀରେ ଥିବା ତିନିଟି ଦାମୀ ସମ୍ପତ୍ତିକୁ ବିକ୍ରି କରି ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଥିଲେ। ଏହି ସମ୍ପତ୍ତିଗୁଡ଼ିକର ମୂଲ୍ୟ ୧୦୦୦ କୋଟି ଟଙ୍କାରୁ ଅଧିକ ହେବ। ଦିଲ୍ଲୀର ଅମ୍ରିତା ସେର୍‌ଗିଲ୍‌ ମାର୍ଗ, ଚାଣକ୍ୟପୁରୀ ଓ ସର୍ଦାର ପଟେଲ୍‌ ମାର୍ଗରେ ଏହି ସମ୍ପତ୍ତିଗୁଡ଼ିକ ରହିଛି। ରହିଛି। ଅନ୍ୟ ପକ୍ଷରେ, ଇଡି ଦ୍ବାରା ଗିରଫ ହୋଇଥିବା ରାଣାଙ୍କ ଜେପାଜତ ମହଲତକୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ‌ଇତି ମଧ୍ୟରେ ୟେସ୍‌ ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ଆର୍‌ଟିଜିଏସ୍‌ ଜରିଆରେ ୨ ଲକ୍ଷ ଟଙ୍କାରୁ ଅଧିକ ପେମେଣ୍ଟ୍‌ କରିବାର ସୁବିଧା ପ୍ରଦାନ କରାଯାଇଛି। ଗ୍ରାହକମାନେ ୟେସ୍‌ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇପାରୁଛନ୍ତି। ତେବେ କ୍ଲିୟରିଂଗୁଡ଼ିକ ଉପରେ କଟକଣା ଜାରି ରହିଛି। ଆଜି ଏକ ସାକ୍ଷାତକାରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କ ଲାଗି ପୁନରୁଦ୍ଧାର ଯୋଜନା ଆଣିବା ଲାଗି ପାଖରେ ଯଥେଷ୍ଟ ସମୟ ଥିଲା। ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଥିତି ଖରାପ ଥିବା ସଂକ୍ରାନ୍ତରେ ଅନେକ ରିଜର୍ଭ ବ୍ୟାଙ୍କରୁ ଅନେକ ଥର ଅବଗତ କରାଯାଇଥିଲା। କିନ୍ତୁ ସେହି ଅନୁସାରେ ବ୍ୟାଙ୍କ ପାଇଁ ଉପଯୁକ୍ତ ଯୋଜନା ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଯଥେଷ୍ଟ ଅଧିକ ସମୟ ନେଇଥିଲେ ବୋଲି ରାଜନ କହିଛନ୍ତି।

ସମ୍ବନ୍ଧିତ ଖବର