ମାର୍ଚ୍ଚ ୧୮ରୁ ସଂପୂର୍ଣ୍ଣ ଭାବେ ଗ୍ରାହକସେବା ଯୋଗାଇବ ୟେସ୍ ବ୍ୟାଙ୍କ

ମୁମ୍ବାଇ: ୟେସ୍ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଖୁସୀ ଖବର। ୟେସ ବ୍ୟାଙ୍କର ସମସ୍ତ ଶାଖା ଆସନ୍ତା ୧୮ରେ ସଂପୂର୍ଣ୍ଣ ଭାବେ ଗ୍ରାହାକଙ୍କୁ ସେବା ଯୋଗାଇବ ବୋଲି ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଇଛି। ୟେସ ବ୍ୟାଙ୍କର ୧୧୩୨ଟି ଶାଖା ମାର୍ଚ୍ଚ ୧୮ରୁ  କାର୍ଯ୍ୟାରମ୍ଭ କରିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଡିଜିଟାଲ କାରବାରର ସମେତ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି  ୟେସ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୧୩ରେ କେନ୍ଦ୍ର କ୍ୟାବିନେଟ ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ମଂଜୁରୀ ଦେଇଥିଲା । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜମାକାରୀ ଓ ନିବେଶକଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ସ୍କିମ ପ୍ରସ୍ତୁତ କରାଯାଇଛି । ସରକାର ଖୁବଶୀଘ୍ର ଏହି ପୁନର୍ଗଠନ ସଂପର୍କରେ ବିଜ୍ଞପ୍ତି ଜାରି କରିବେ ଓ ବିଜ୍ଞପ୍ତିର ୩ ଦିନ ମଧ୍ୟରେ ୟେସ ବ୍ୟାଙ୍କ ଉପରେ ଲାଗିଥିବା କଟକଣା ଉଠାଇଦିଆଯିବ।

ଭାରତୀୟ ଷ୍ଟେଟ ବ୍ୟାଙ୍କର ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିବ । ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର