ନୂଆ ରୂପରେ ଫେରିଲା ୟେଜ୍‌ଦି

ନୂଆଦିଲ୍ଲୀ: ଅତୀତରେ ବେଶ ଲୋକପ୍ରିୟତା ହାସଲ କରି ନବେ ଦଶକରେ ଉଭାନ ହୋଇଯାଇଥିବା ମୋଟରସାଇକଲ୍ ୟେଜ୍‌ଦି ପ୍ରାୟ ୨୫ ବର୍ଷ ପରେ ପୁଣି ଥରେ ଭାରତୀୟ ବଜାରକୁ ଫେରିଛି। ମହିନ୍ଦ୍ରା ଗ୍ରୁପ୍‌ର ସଂସ୍ଥା କ୍ଲାସିକ୍ ଲିଜେଣ୍ଡ୍‌ସ ପକ୍ଷରୁ ୟେଜ୍‌ଦିର ତିନିଟି ମଡେଲ୍‌କୁ ଆଜି ଉନ୍ମୋଚନ କରାଯାଇଛି। ତାହା ହେଉଛି ରୋଡ୍‌ଷ୍ଟର୍‌, ସ୍କ୍ରାମ୍ବଲର୍‌ ଓ ଆଡ୍‌ଭେଞ୍ଚର। ରୋଡ୍‌‌ଷ୍ଟର୍‌ ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୧.୯୮ ଲକ୍ଷ ଟଙ୍କା ରହିଥିବା ବେଳେ ସ୍କ୍ରାମ୍ବଲର ଦାମ୍ ୨.୦୪ ଲକ୍ଷ ଟଙ୍କା ଓ ଆଡ୍‌ଭେଞ୍ଚର ମଡେଲ୍‌ର ମୂଲ୍ୟ ୨.୦୯ ଲକ୍ଷ ଟଙ୍କା ରହିଛି। ଏହି ବାଇକ୍‌ଗୁଡ଼ିକରେ ୩୩୪ ସିସି ଲିକ୍ବିଡ୍‌ କୁଲ୍‌ଡ, ଫୁଏଲ୍‌ ଇଞ୍ଜେକ୍ଟେଡ୍ ଡିଓଏଚ୍‌ସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ବ୍ୟବହାର କରାଯାଇଛି। ୬-ସ୍ପିଡ୍‌ ଗିୟର ବକ୍ସ ସହ ଏହା ଉପଲବ୍ଧ ହୋଇଛି। କିଛି ବର୍ଷ ପୂର୍ବେ କ୍ଲାସିକ୍ ଲିଜେଣ୍ଡସ୍‌ ପକ୍ଷରୁ ଜାୱା ମୋଟରସାଇକଲ୍‌କୁ ନୂତନ ରୂପ ପ୍ରଦାନ କରାଯାଇଥିଲା। ଆଜି ଉଭୟ ଜାୱା ଓ ୟେଜ୍‌ଦିର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ‘ହଜି ଯାଇଥିବା ଦୁଇ ଭାଇଙ୍କ ମିଳନ’।

ସମ୍ବନ୍ଧିତ ଖବର