ଲକ୍ଷ୍ନୌ : ମନରେଗା ଯୋଜନା ଅଧୀନରେ ରାଜ୍ୟରେ ଦୈନିକ ୫୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଲକ୍‌ଡାଉନ୍‌ ପାଇଁ ଏବେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀମାନେ ରାଜ୍ୟକୁ ଫେରୁଛନ୍ତି। ତେଣୁ ସେମାନଙ୍କ ପାଇଁ ଅଧିକ ସଂଖ୍ୟାରେ ନିଯୁକ୍ତି ଦରକାର ବୋଲି ‌ଯୋଗୀ କହିଛନ୍ତି । ରାଜ୍ୟରେ ଏବେ ମନରେଗା ଯୋଜନା ଅଧୀନରେ ପ୍ରାୟ ୨୦ ଲକ୍ଷ ନିଯୁକ୍ତି ପାଇଛନ୍ତି। କିନ୍ତୁ ଆଗକୁ ରାଜ୍ୟରେ ପ୍ରବାସୀଙ୍କ ସଂଖ୍ୟା ଅଧିକ ହେବ। ଦୈନିକ ୫୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଯୋଜନା କରିବାକୁ ଯୋଗୀ କହିଛନ୍ତି।