କାର୍‌ ଥିଲେ ମିଳିନପାରେ ଏଲ୍‌ପିଜି ସବ୍‌ସିଡି

ନୂଆଦିଲ୍ଲୀ: ଯେଉଁମାନଙ୍କର କାର୍‌ ରହିଛି ସେମାନେ ଆଗାମୀ ଦିନରେ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ପାଇବାକୁ ବଞ୍ଚିତ ହୋଇପାରନ୍ତି। କେନ୍ଦ୍ର ସରକାର ଏଭଳି ଏକ ଯୋଜନା ଉପରେ ବିଚାର କରୁଛନ୍ତି। ଏଲ୍‌ପିଜି ସବ୍‌ସିଡି ତାଲିକାରୁ କାର୍‌ ମାଲିକମାନଙ୍କୁ ବାଦ ଦେବା ଉପରେ ବିଚାର କରାଯାଉଛି। ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଦେଶରେ କେତେକ ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରୁ କାର୍‌ ପଞ୍ଜୀକରଣ ବିବରଣୀ ମଗାଯାଇଛି। ସେହି ତଥ୍ୟ ଆଧାରରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ। ବୋଧହୁଏ ପ୍ରଥମେ ଏହାକୁ ପରୀକ୍ଷାମୂଳକ ଭାବେ ଏହି ସବୁ ଜିଲ୍ଲାରେ ଲାଗୁ କରାଯାଇପାରେ। ଯଦି ପରୀକ୍ଷଣ ସଫଳ ହେବ ତେବେ ଭବିଷ୍ୟତରେ ତାହାକୁ ସର୍ବଭାରତୀୟ ସ୍ତରରେ ଲାଗୁ କରାଯିବ।ଯେଉଁମାନଙ୍କର ବାର୍ଷିକ ଆୟ ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଗତବର୍ଷଠାରୁ ସବ୍‌ସିଡି ଏଲ୍‌ପିଜି ତାଲିକାରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର