ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘରୋଇ ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା କରୁଛନ୍ତି । ଯଦି ଏଭଳି ପରିସ୍ଥିତିରେ ଆମ ଆଧାରକାର୍ଡ ହଜି ଯାଏ ଆଉ ଆଧାରକାର୍ଡରେ ନମ୍ବର ରେଜିଷ୍ଟର ନଥାଏ କିମ୍ବା ନମ୍ବର ମନେ ନଥାଏ ତେବେ ଅନେକ ହଇରାଣ ହେବାକୁ ପଡେ ।
ୟୁଆଇଡିଏଆଇ ଅନୁସାରେ ଆଧାରକାର୍ଡ ଡାଉନଲୋଡ ପାଇଁ ରେଜିଷ୍ଟର ଫୋନ ନମ୍ବର ଆବଶ୍ୟକ ପଡିଥାଏ । ହେଲେ ଯଦି କେହି ନିଜ ମୋବାଇଲ ନମ୍ବର ରେଜିଷ୍ଟର କରି ନଥିବ ବା ମୋବାଇଲ ନମ୍ବର ମନେ ନଥିବ ସେମାନେ କଣ କରିବେ? ଏହାକୁ ନଜରରେ ରଖି ୟୁଆଇଡିଏଆଇ ଉପଭୋକ୍ତାଙ୍କ ପାଇଁ ଏକ ସହଜ ଉପାୟ ଜାରି କରିଛି । ଏଣିକି ବିନା ଫୋନ ନମ୍ବରରେ ବି ନୂଆ ଆଧାରକାର୍ଡ ଡାଉନଲୋର୍ଡ କରିପାରିବେ ।
ତେବେ ଆସନ୍ତୁ ଜାଣିବା କେମିତି
- ପ୍ରଥମେ ୟୁଆଇଡିଏଆଇର ୱେବସାଇଟକୁ ଯାଇ ଲଗଇନ କରିବେ ।
- ଏହାପରେ ମାଇଁ ଆଧାର ବିକଳ୍ପ ଉପରେ କ୍ଲିକ କରିବେ ।
- ଏବେ ଅର୍ଡର ଆଧାର ରିପ୍ରିଣ୍ଟ ଉପରେ କ୍ଲିକ କରିବେ ।
- ପରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ଅଙ୍କ ବିଶିଷ୍ଟ ଭିଆଇଡି ନମ୍ବର ଭରିବେ । ଏହାପରେ ସିକ୍ୟୁରିଟି କୋର୍ଡ ଦେବେ ।
- ଏହାପରେ ମାଇଁ ମୋବାଇଲ ନମ୍ବର ଇଜ ନଟ ରେଜିଷ୍ଟର ଉପରେ କ୍ଲିକ କରିବେ ।
- ଏବେ ଆପଣ ସେଠାରେ ମୋବାଇ ନମ୍ବର ଦେବେ ଯାହା ଆପଣଙ୍କ ଆଧାରକାର୍ଡ ସହ ରେଜିଷ୍ଟର ନଥିବ ।
- ଏହାପରେ ସେଣ୍ଡ ଓଟିପି ଉପରେ କ୍ଲିକ କରିବେ ।
- ନିୟମ ଓ ସର୍ତ୍ତ ବିକଳ୍ପର ସାମ୍ନା ବକ୍ସରେ କ୍ଲିକ କରିବେ ।
- ଏହାପରେ ସବମିଟ କରିବେ ।
- ଏସବୁ ପରେ ଆପଣଙ୍କ କମ୍ପ୍ୟୁଟର ମନିଟର ଉପରେ ପ୍ରିଭିୟୁ ଆଧାର ଲେଟର ଯିବ ।
- ପରେ ଇ-ଆଧାର ଡାଉନଲୋର୍ଡ ପାଇଁ ଆପଣ ପେମେଣ୍ଟ କରିବେ ।
- ଶେଷରେ ଆପଣ ଆପଣଙ୍କ ଇ-ଆଧାରର ପିଡିଏଫ ଡାଉନଲୋର୍ଡ କରିପାରିବେ ।
ଯଦି ଆପଣ ଆପଣଙ୍କ ଆଧାରକାର୍ଡରେ ମୋବାଇଲ ନମ୍ବର ରେଜିଷ୍ଟର କରିନାହାନ୍ତି ଆଉ ଆଧାର କାର୍ଡ ହଜି ଯାଇଛି, ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଭଳି ସହଜ ଉପାୟରେ ଆପଣ ପୁଣି ଆପଣଙ୍କ ଆଧାର କାର୍ଡ ପାଇପାରିବେ । ହେଲେ ଆପଣଙ୍କୁ ଆଧାର ନମ୍ବର ନିହାତି ଭାବେ ମନେ ରଖିବାକୁ ହେବ ।