ଦୀପାବଳି ଅବସରରେ ଦୋକାନ ବଜାରରେ ଅନେକ ଭିଡ ଜମି ରହିଥାଏ। ଏଭଳି ପରିସ୍ଥିତିରେ ଦୀପାବଳି ସମୟରେ ବଜାରକୁ ଯାଇ ଉପହାର କିଣିବା ଅସୁବିଧା ହୋଇପାରେ, ତେଣୁ ଅନଲାଇନ୍ ସପିଂ କରିବା ସୁବିଧାଜନକ । ତେବେ ଏହାକୁ ଦୃଷ୍ଟିରେ ରଖି କିଛି େଓ୍ଵବସାଇଟ୍ ସାମଗ୍ରୀ ଅର୍ଡର କରିବା ଦିନ କିମ୍ବା ତା’ପର ଦିନ ଆପଣଙ୍କ ନିକଟରେ ପହଞ୍ଚାଇ ଥାଆନ୍ତି। ସେହିପରି କିଛି େଓ୍ଵବସାଇଟ୍ କିମ୍ବା ଆପରୁ ଆପଣ ସାମଗ୍ରୀ କିଣିବାର ଦୁଇଘଣ୍ଟା ମଧ୍ୟରେ ଘରେ ବସି ତାହାକୁ ପାଇ ପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଇମ୍ ନାଓ ଆପ୍ରୁ ଜିନିଷ ମଗାଇବା ଦ୍ୱାରା ଆପଣଙ୍କୁ ପ୍ରଥମ ଅର୍ଡରରେ କିଛି ଅତିରିକ୍ତ ରିହାତି ମିଳିପାରେ। ପ୍ରଥମ ଅର୍ଡରରେ ଆପଣ ଯଦି ୬୦୦ଟଙ୍କାରୁ ଅଧିକ କ୍ରୟ କରୁଛନ୍ତି ତେବେ ଫ୍ଲାଟ ୧୫୦ ପ୍ରତିଶତ ରିହାତି ମିଳିବ। ସେହିପରି ପ୍ରାଇମ୍ ମେମ୍ବର ପାଇଁ ଅଲଗା କିଛି ଅଫର ବି ରହିଛି।
ଆମାଜନ୍ର ପ୍ରାଇମ୍ ନାଓ ଆପ୍ରେ ଦୁଇଘଣ୍ଟା ମଧ୍ୟରେ ଘରେ ଆସି ସାମଗ୍ରୀ ପହଞ୍ଚିଯିବ। ଏଥିପାଇଁ ଆପଣଙ୍କଠାରୁ ଏକ୍ସଟ୍ରା ୪୯ଟଙ୍କା ଚାର୍ଜ ନିଆଯିବ। ଉଦାହରଣ ସ୍ୱରୂପ: ଯଦି ଆପଣ ୨.୨୬ ମିନିଟ୍ରେ ଅର୍ଡର କରୁଛନ୍ତି ତେବେ ଆପଣଙ୍କ ପାଖରେ ସାମଗ୍ରୀ ୪ଟା ବାଜି ୨୬ ମିନିଟ୍ରେ ଡେଲିଭେରି ହୋଇଯିବ। ସେହିପରି ଉପହାର ପାଇଁ ଅନ୍ୟ େଓ୍ଵବସାଇଟ୍ ଯେମିତି fnp.comରୁ ଅର୍ଡର କରି ‘ସେମ୍ ଡେ’ ଡେଲିଭରି ପାଇ ପାରିବେ। ଅଲଗା ଅଲଗା ଆପ୍ ଓ େଓ୍ଵବସାଇଟ୍କୁ ତୁଳନା କରି ଆପଣ ଆପଣଙ୍କ ପାଇଁ ଲାଭଦାୟକ ସାମଗ୍ରୀ କ୍ରୟ କରି ପାରିବେ।