ମଇରୁ ଏକ ସେକେଣ୍ଡରେ ଡାଉନ୍‌ଲୋଡ ହେବ ତିନିଟି ସିନେମା ଓ ବିନା ଡିସ୍‌ରେ ଦେଖି ପାରିବେ ଲାଇଭ୍‌ ଟିଭି ପ୍ରୋଗ୍ରାମ୍‌

ନୂଆଦିଲ୍ଲୀ: ଭାରତରେ ୩ଜି ପରେ ୪ଜି ଇଣ୍ଟରନେଟ ସେବାକୁ ନେଇ ଲୋକମାନେ ଖୁସି ହୋଇଯାଇଥିଲେ। ଚଳିତ ବର୍ଷ ମଇରୁ ଭାରତରେ ଇଣ୍ଟରନେଟ ସେବାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ହେବା ପରେ ଗୋଟିଏ ସେକେଣ୍ଡରେ ଏକ-ଏକ ଜିବିର ତିନିଟି ସିନେମା ଡାଉନ୍‌ଲୋଡ ହୋଇପାରିବ। ତେବେ ଏହି ସବୁ ସୁବିଧା ଜିସେଟ-୧୧ର ଲଞ୍ଚିଂ ପରେ ମିଳିବ। ଏହି ସେଟଲାଇଟ୍‌କୁ ଫ୍ରାନ୍ସର ସ୍ପେଶ୍‌ ଏଜେନ୍ସି ଏରିୟନ୍‌ ଲଞ୍ଚ କରିବେ।

ଏହାର ସେଟଲାଇଟ୍‌ର ଓଜନ ୫୭୦୦କିଲୋ ଏବଂ ବିକାଶ ଅହମଦାବାଦସ୍ଥିତ ସ୍ପେସ୍‌ ଆପଲିକେସନ୍‌ ସେଣ୍ଟର କରାଯାଇଛି। ଏହି ସେଟ୍‌ଲାଇଟ୍‌କୁ ଏଯାବତ୍‌ ଭାରତର ସବୁଠାରୁ ଓଜନଦାର ସେଟ୍‌ଲାଇଟ୍‌ ବୋଲି କୁହାଯାଇଛି। ଜିସେଟ-୧୧ ସେଟଲାଇଟ୍‌ର ସଫଳତାପୂର୍ଣ୍ଣ ଲଞ୍ଚିଂ ପରେ ଭାରତର ପାଖରେ ଶ୍ରେଷ୍ଠ ଇଣ୍ଟରନେଟ ସେବା ବି ଉପଲବ୍ଧ ହୋଇଯିବ।

ଏହି ସେଟ୍‌ଲାଇଟ୍‌ ଜରିଆରେ ଡାଟା ପଠାଇବାର କ୍ଷମତା ୧୪ଜିବି ପ୍ରତି ସେକେଣ୍ଡ ହେବ। ବର୍ତ୍ତମାନ ଦେଶରେ ଡାଟାର ସଞ୍ଚାର କିଛି ଏମ୍‌ବି ପ୍ରତି ସେକେଣ୍ଡକୁ ରହିଛି। ଏହି ସେଟଲାଇଟ୍‌ ଜରିଆରେ ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଇଣ୍ଟରନେଟ ସେବା ପହଞ୍ଚି ପାରିବ। କେବଳ ଏତିକି ନୁହେଁ ବିନା ଡିସ୍‌ ଲଗାଇ ଲାଇଭ୍‌ ଟିଭି ପ୍ରୋଗ୍ରାମ ଦେଖି ପାରିବେ। ଏଥିସହିତ ସ୍ମାର୍ଟଫୋନ୍‌ ଦୁନିଆ ବି ବଦଳି ଯିବ। କେବଳ ଏତିକି ନୁହେଁ ଏହାଦ୍ୱାରା ସାଇବର ଅପରାଧ ମଧ୍ୟ ହ୍ରାସ ପାଇବ ଓ ବ୍ୟାଙ୍କିଂ ସିଷ୍ଟମ ବି ଦୃଢ଼ ହେବ। ଜିସେଟ-୧୧ ପ୍ରୋଗ୍ରାମକୁ ୨୦୦୯ମସିହାରେ ସରକାର ମଞ୍ଜୁରି ଦେଇଥିଲେ।

 

ସମ୍ବନ୍ଧିତ ଖବର