ରାଜଧାନୀ ଏକ୍ସପ୍ରେସ୍‌ ଟିକିଟ୍‌ କନ୍‌ଫର୍ମ ନ ହେଲେ ବିମାନଯାତ୍ରା କରି ପାରିବେ

ନୂଆଦିଲ୍ଲୀ: ରାଜଧାନୀ ଏକ୍ସ୍‍ପ୍ରେସ୍‌ର ଏସି-୧ କିଂବା ଏସି-୨ ଟିକିଟ୍‌ କରି କନ୍‌ଫର୍ମେସନ୍‌ ପାଇ ନ ଥିବା ଯାତ୍ରୀମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯିବା ବିମାନର ସୁବିଧା ମିଳିପାରିବ। ଏଥିପାଇଁ ରେଳ ବା ବିମାନ ଟିକିଟ୍‌ ଦରରେ ଥିବା ପାର୍ଥକ୍ୟ ଟଙ୍କା ଯାତ୍ରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ। ଏୟାର୍‌ ଇଣ୍ଡିଆର ଚେୟାର୍‌ମ୍ୟାନ୍‌ ଥିବାବେଳେ ଅଶ୍ୱିନୀ ଲୋହାନି ଏହି ପଦକ୍ଷେପ ନିମନ୍ତେ ଯୋଜନା କରିଥିଲେ ମଧ୍ୟ ରେଳବାଇ ତରଫରୁ ଏ ସଂକ୍ରାନ୍ତରେ କୌଣସି ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିଲା। ଏବେ ରେଳବାଇ ବୋର୍ଡର ଚେୟାର୍‌ମ୍ୟାନ୍‌ ଲୋହାନି କହିଛନ୍ତି ଯେ ଯଦି ଏୟାର୍‌ ଇଣ୍ଡିଆ ପୁଣି ଥରେ ପ୍ରସ୍ତାବ ଦିଏ ସେ ତାହାକୁ ଅନୁମୋଦନ କରିବେ।

Photo Courtesy of India Today

ଯଦି ଏୟାର୍‌ ଇଣ୍ଡିଆ ପ୍ରସ୍ତାବ ସହ ଆମକୁ ନୁରୋଧ କରେ, ଆମେ ତାହା ଗ୍ରହଣ କରିବୁ ବୋଲି କହିଛନ୍ତି ଲୋହାନି।

ଚାହିଦାନୁସାରେ ରେଳବାଇ ସିଟ୍‌ ଯୋଗାଇ ପାରୁ ନ ଥିବାରୁ ଦୈନିକ ଏସି-ଟୁ ରାଜଧାନୀ ଟିକିଟ୍‌ କାଟି ଥିବା ବହୁ ଲୋକ କନ୍‌ଫର୍ମେସନ୍‌ ପାଉ ନାହାନ୍ତି। ଏୟାର୍‌ ଇଣ୍ଡିଆର ଯାତ୍ରୀ ସଂଖ୍ୟା ବଢ଼ାଇବାକୁ ଯୋଜନା କରି ଲୋହାନି କହିଥିଲେ କି ସେ ଯାତ୍ରୀମାନଙ୍କର ଯୋଗାଯୋଗ ବିବରଣୀ ଆପଣାଛାଏଁ ଏୟାର୍‌ ଇଣ୍ଡିଆକୁ ସେୟାର୍‌ କରାହେବା କଥା। ଫଳତଃ, ଏୟାର୍‌ ଇଣ୍ଡିଆ ସେମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯିବା ନିମନ୍ତେ ସମୁଚ୍ଚିତ ଦରରେ ବିମାନରେ ସିଟ୍‌ ଯୋଗାଇ ଦେବ।

Photo Courtesy of India TV

ଲୋହାନି କହିଛନ୍ତି ଯେ ଏସି-ଟୁ ରାଜଧାନୀର ମୂଲ୍ୟ ଊଣା ଅଧିକେ ବିମାନ ଯାତ୍ରା ମାସୁଲ ସହ ସମାନ।

ସେ ଯାହାହେଉ ରାଷ୍ଟ୍ରାୟାତ ଏୟାର୍‌ ଇଣ୍ଡିଆକୁ ଘରୋଇକରଣ କରାଯିବା କିଂବା ବିକ୍ରୟ କରାଯିବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବାରୁ ଏ ଭଳି ପ୍ରସ୍ତାବକୁ ଏୟାର୍‌ ଇଣ୍ଡିଆ ଗ୍ରହଣ କରିବ କି, ନାହିଁ ତାହା ଜଣାପଡ଼ି ନାହିଁ।

ରାଷ୍ଟ୍ରାୟାତ ବିମାନ ଚଳାଚଳ ସଂସ୍ଥାନ ହୋଇଥିବାରୁ ରେଳବାଇ ସେମାନଙ୍କ କନ୍‌ଫର୍ମ ଟିକିଟ୍‌ ପାଇ ନ ଥିବା ଯାତ୍ରୀଙ୍କୁ ଏୟାର୍‌ ଇଣ୍ଡିଆକୁ ସ୍ଥାନାନ୍ତର କରି ପାରନ୍ତା। ଲୋହାନିଙ୍କ ବୁଦ୍ଧି ଉତ୍ତମ। କିନ୍ତୁ, ରେଳବାଇ କ’ଣ ଘରୋଇ ଏୟାର୍‌ ଇଣ୍ଡିଆ ଏବଂ ଅନ୍ୟ କୌଣସି ଘରୋଇ ବିମାନ ଚଳାଚଳ ସଂସ୍ଥାନ ସହ ଏ ପରି କରି ତାଙ୍କୁ ଉପକୃତ କରୁଛି ବୋଲି ଅପବାଦ ଏଡ଼ାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ଏୟାର୍‌ ଇଣ୍ଡିଆର ଜଣେ ଅଧିକାରୀ।

Photo Courtesy of The Quint

ଏୟାର୍‌ ଇଣ୍ଡିଆର ଚେୟାର୍‌ମ୍ୟାନ୍‌ ଭାବେ ଅତିରିକ୍ତରେ ଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜୀବ ବଂଶଲ୍‌ କହିଛନ୍ତି ଯେ, ଏ ପ୍ରସ୍ତାବ ଉପରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇ ହେବ ନାହିଁ। ମୁଁ ପ୍ରଥମ ଥର ପାଇଁ ଏ ଭଳି ଏକ କଥା ଶୁଣୁଛି। ରେଳ ଏବଂ ବିମାନ ଯାତ୍ରା ମାସୁଲରେ ତାରତମ୍ୟ ରହିଛି ବୋଲି ସେ କହିଛନ୍ତି।

୧୯୮୦ ବ୍ୟାଚ୍‌ର ଇଣ୍ଡିଆନ୍‌ ରେଲ୍‌େଓ୍ଵ ସର୍ଭିସ୍‌ ଅଫ୍‌ ମେକାନିକାଲ୍‌ ଇଞ୍ଜିନିୟର୍ସ ଅଫିସର୍‌ ଲୋହାନି ଏହି ପ୍ରସ୍ତାବ ଦେଇ ଏୟାର୍‌ ଇଣ୍ଡିଆର ଅନ୍ୟତମ ବିରକ୍ତିକର ସମସ୍ୟା (କମ୍‌ ଯାତ୍ରୀ) ରୁ ମୁକ୍ତି ପାଇବାକୁ ନିଜର ଅଭିଜ୍ଞତା ବ୍ୟବହାର କରିଥିଲେ। ଏହି ସମୟରେ ଏୟାର୍‌ ଇଣ୍ଡିଆ ମଧ୍ୟ ବମ୍ବେରୁ ଦିଲ୍ଲୀ ଭଳି ମେଟ୍ରୋ ପଥରେ ରାଜଧାନୀ ଏସି-ଟୁର ଯାତ୍ରୀ ମାସୁଲ ସହିତ ସମାନ ହେବା ପରି ତା’ର ମାସୁଲ ଧାର୍ଯ୍ୟ କରିବାକୁ ସ୍ଥିର କରିଥିଲା।

ସମ୍ବନ୍ଧିତ ଖବର